ଭଦ୍ରକରେ ଧରାଯାଇଛି ବିରଳ ମାଛ, ଯାହାର ଦାମ୍ ଦେଢ଼ ଲକ୍ଷ
ଭଦ୍ରକ(କେନ୍ୟୁଜ୍) : ମାଛର ଦାମ୍ ଦେଢ଼ ଲକ୍ଷ। କିଲୋ ଛଅ ହଜାର ଟଙ୍କା। ଭଦ୍ରକ ଜିଲ୍ଲା ଧାମରା ଚନ୍ଦିନିପାଳ ମାଛଧରା କେନ୍ଦ୍ରରେ ଏମିତି ବିରଳ ପ୍ରଜାତିର ମାଛ ଧରାଯାଇଥିଲା, ଯାହାର ଦାମ୍ କିଲୋ ପ୍ରତି ୬ ହାଜରରୁ ଅଧିକ ଟଙ୍କାରେ ବିକ୍ରି ହୋଇଛି। ଏମିତି ୧୦ଟି ମାଛ ଧରିଥିଲେ ମତ୍ସ୍ୟଜୀବୀ। ଗୋଟିଏ ଗୋଟିଏ ମାଛର ଓଜନ ୨୫ରୁ ୩୦ କିଲୋ। ଏହି ହିସାବରେ ଗୋଟିଏ ମାଛ ଦେଢ଼ ଲକ୍ଷରୁ ଅଧିକ ଟଙ୍କାରେ ବିକ୍ରି ହୋଇଛି। ଏତେ ବଡ଼ ବଡ଼ ମାଛ ହୋଇଛି ଯେ, ଜଣେ ଲୋକ ବୋହିବା ବି ମୁସ୍କିଲ। ଏଗୁଡ଼ିକୁ ତେଲିଆ ମାଛ ବୋଲି କୁହାଯାଉଛି। ସୁନେଲୀ କାତି ଥିବା ମାଛଗୁଡ଼ିକ ଦେଖିବାକୁ ବି ଭାରି କୌତୁକିଆ ହୋଇଛନ୍ତି। ସେଗୁଡ଼ିକୁ ଦେଖିବା ପାଇଁ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା।