ଏବେ ସାବାଡ଼ ହେବେ ମଦୁଆ, ରାଜ୍ୟରେ ଖୋଲିବ ୨୫ଟି ନୂଆ ଅବକାରୀ ଥାନା

ଭୁବନେଶ୍ୱର : ରାଜ୍ୟରେ ଖୋଲିବ ୨୫ଟି ନୂଆ ଅବକାରୀ ଥାନା । ୧୬ଟି ଜିଲ୍ଲାର ଖୋଲିବ ୨୫ ଟି ଅବକାରୀ ଥାନା  ।  କେବଳ ଗଞ୍ଜାମ ଜିଲ୍ଲାରେ ୬ଟି ନୂଆ ଅବକାରୀ ଥାନା ଖୋଲିବ। ଗଞ୍ଜାମରେ ୩,ବ୍ରହ୍ମପୁରରେ ୩ଟି ନୂଆ ଅବକାରୀ ଥାନା ପ୍ରତିଷ୍ଠା ହେବ । ସେହିପରି ବାଲେଶ୍ବରରେ ୩ଟି, କଟକରେ ୨, ନୟାଗଡ଼ରେ ୨ ଓ ମୟୂରଭଞ୍ଜରେ ୨ଟି ନୂଆ ଅବକାରୀ ଥାନା ଖୋଲିବ ।  ଏନେଇ ଯୁଗ୍ମ ଅବକାରୀ କମିଶନର ସୋମନାଥ ମାଝୀ ସଂପୃକ୍ତ ୧୬ଟି ଜିଲ୍ଲାର ଅବକାରୀ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଚିଠି ଲେଖିଛନ୍ତି ।  ଏହା ଉପରେ ବିସ୍ତୃତ ଆଲୋଚନା ପାଇଁ ଅବକାରୀ ନିର୍ଦ୍ଦେଶାଳୟରେ ଆସନ୍ତା ୪ ତାରିଖରେ ଏକ ବୈଠକ ବସିବ । ଏଥିରେ ତଥ୍ୟ ସହ ସବୁ ଅବକାରୀ ଅଧୀକ୍ଷକଙ୍କୁ ଯୋଗଦେବାକୁ କୁହାଯାଇଛି ।

ଚିକିଟି ମଦ ମୃତ୍ୟୁ ପରେ ଏବେ ପୂରା ଆକ୍ସନ ମୋଡରେ ରାଜ୍ୟ ସରକାର ଓ ଅବକାରୀ ବିଭାଗ । ଏନେଇ ଗତକାଲି ନୂଆ ଅବକାରୀ ନାତି ଆଣିଛନ୍ତି ରାଜ୍ୟ ସରକାର । ଯେଉଁଥିରେ ବେଆଇନ ମଦ କାରବାରକୁ ରୋକିବା ତଥା ମଦ୍ୟପାନ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ପାଇଁ ସର୍ତ୍ତ ରଖାଯାଇଛି  I ଚଳିତ ଆର୍ଥିକ ବର୍ଷରେ କୌଣସି ନୂଆ ମଦ ଦୋକାନ ଖୋଲାଯିବା ନାହିଁ । ଗ୍ରାମୀଣ ଅଞ୍ଚଳରେ ନୂଆ ମଦ ବାର୍ ଖୋଲିବ ନାହିଁ । କେବଳ ଥ୍ରୀ ଷ୍ଟାର ହୋଟେଲକୁ ହିଁ ନୂଆ ବାର୍ ଲାଇସେନ୍ସ ମିଳିବ । ବେଳାଭୂମିରେ ମଦ କ୍ୟାବିନ ଖୋଲିବା ଅନୁମତି ଦେବ ପର୍ଯ୍ୟଟନ ବିଭାଗ । ପର୍ଯ୍ୟଟନର ପ୍ରସାର ପାଇଁ ଏହି ନିଷ୍ପତ୍ତି ହୋଇଛି । ପର୍ଯ୍ୟଟନ ପାଇଁ ବେଳାଭୂମି ରେ କ୍ୟାବିନ ବା କୁଡିଆରେ ମଦ ବିକ୍ରି ହୋଇ ପାରିବ । ବେଳାଭୂମି ମଦ କ୍ୟାବିନ ପାଇଁ ସର୍ତ୍ତାବଳୀ ରହିଛି । କ୍ଷୁଦ୍ର ମଦ ଭାଟି ପାଇଁ ଅବକାରୀ ନୀତିରେ ଅନୁମତି ।  ସେହିପରି ବାରରେ ବିଅର ତିଆରି କରି ବିକି ପାରିବେ । ଏଥିପାଇଁ ଗାଇଡ ଲାଇନ ଜାରି ହୋଇଛି । ବାର୍ଷିକ ଲାଇସେନ୍ସ ରହିବ ୫୦ ହଜାର ଟଙ୍କା ।  ଫାଇଭ ଷ୍ଟାର ହୋଟେଲରେ ବାର ଖୋଲିବା ପାଇଁ ବାର୍ଷିକ ଦେୟ ୧୫ ଲକ୍ଷ ୫୦ ହଜାର ରଖାଯାଇଛି ।  ବାର୍ ରେ କେବଳ ଗୀତ ହେବ, ନାଚ ହେବନି ।  ସେପ୍ଟେମ୍ବର ୧ରୁ ଲାଗୁ ହେବ ନୂଆ ଅବକାରୀ ନୀତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like