ପୁରୁଣା ବାଲେଶ୍ୱର ଅଞ୍ଚଳରୁ ୨୫ଶହ ଲିଟର ଦେଶୀ ମଦ ଜବତ, ୪ଜଣକୁ ଗିରଫ କରିଛି ପୋଲିସ୍

ବାଲେଶ୍ୱର: ବାଲେଶ୍ୱର ସହରର ପୁରୁଣା ବାଲେଶ୍ୱର ଅଞ୍ଚଳରୁ ୨୫ଶହ ଲିଟର ଦେଶୀ ମଦ ଜବତ ସହ ୪ଜଣକୁ ଗିରଫ କରିଛି ପୋଲିସ । ସମସ୍ତ ଅଭିଯୁକ୍ତ ସଦର ଥାନା ଅଞ୍ଚଳର ବୋଲି ଜଣାପଡିଛି । ପିକ୍‌ଅପ୍‌ ଭ୍ୟାନ ସହ ଏକ ଇକୋ ସ୍ପୋର୍ଟ ଭ୍ୟାନରେ ସୋର ଅଞ୍ଚଳକୁ ଦେଶୀ ମଦ ଚାଲାଣ କରାଯାଉଥିଲା ।

କହିବାକୁ ଗଲେ ବର୍ତ୍ତମାନ ଚାରିଆଡେ ଲକ୍ ଡାଉନ୍ ପରିସ୍ଥିତି । ଏନେଇ ସାରା ରାଜ୍ଯରେ ଜାରି ରହିଛି କଟକଣା । ଏଭଳି ମହାମାରୀ ସମୟରେ ଲୋକଙ୍କ ସୁରକ୍ଷା ତଥା ସଚେତନ କରିବା ପାଇଁ ରାସ୍ତାଘାଟ ସବୁଠୁ ପଇଁତରା ମରୁଛନ୍ତି  ପୋଲିସ୍ କର୍ମଚାରୀ । ତଥାପି ଅପରାଧିଙ୍କର ଡର ଭୟ କିଛି ନାହିଁ । ଯାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.