କଟକ ସହରରୁ ମୋଟ ୨୫୪ କରୋନା ଆକ୍ରାନ୍ତ ଚିହ୍ନଟ

କେନ୍ୟୁଜ୍(ବ୍ୟୁରୋ): କଟକ ସହରରୁ ମୋଟ ୨୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୨୧ କ୍ବାରେଣ୍ଟାଇନ ସେଣ୍ଟରରୁ ଓ ୧୩୩ ଲୋକାଲ କଣ୍ଟାକ୍ଟ କେସରୁ ଚିହ୍ନଟ ହୋଇଥିବାର ଟ୍ବିଟ ଯୋଗେ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି।
#COVID19 update in Cuttack city (CMC area)
Out of the 465 new COVID19 +ve cases reported today in #Cuttack district, 254 +ve cases belong to Cuttack city (CMC area).
Another 172 recoveries (24 September data) have been reported recently! KUDOS to all doctors & healthcare staff. pic.twitter.com/WAuLCS2tMH
— CMC,Cuttack (@CMCCuttack) September 25, 2020
ସିଏମସି ସୂଚନା ମୁତାବକ ସରକାରୀ କ୍ବାରେଣ୍ଟାଇନରୁ ୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ ୫୬ ଜଣ ପୁରୁଷ ଓ ୮ ଜଣ ମହିଳା ଅଛନ୍ତି । ସେହିଭଳି ହୋମ କ୍ବାରେଣ୍ଟାଇନରୁ ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଗତପୁରରୁ ୬ ଜଣ, ସିଡିଏ ସେକ୍ଟର-୭, ଚାଉଳିଆଗଂଜ, ନୟାବଜାର, ନୂଆସାହି, ପୀଠାପୁରରୁ ୩ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।