ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇବାକୁ ଆଜି ଦିଲ୍ଲୀ ଯିବେ ୨୬ ବିଧାୟକ

କେନ୍ୟୁଜ୍(ବ୍ୟୁରୋ):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇବାକୁ ଆଜି ଦିଲ୍ଲୀ ଯିବେ ୨୬ ବିଧାୟକ । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ଓଡ଼ିଶାର ୨୬ ବିଧାୟକ ଯିବେ ଦିଲ୍ଲୀ। ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଓଡ଼ିଶା ବିଧାନସଭା ପକ୍ଷରୁ ଜଣାଇବେ ଅଭିନନ୍ଦନ।

ବାଚସ୍ପତିଙ୍କ ସହ ଉପବାଚସ୍ପତି ରଜନୀକାନ୍ତ ସିଂହ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରମିଳା ମଲ୍ଲିକ ଓ ପ୍ରତାପ ଦେବଙ୍କ ସହ ଦେବୀ ପ୍ରସାଦ ମିଶ୍ର, ସୁଦାମ ମାରାଣ୍ଡି ଏପରି ଅନେକ ଶାସକ ଦଳ ବିଧାୟକ ଦିଲ୍ଲୀ ଯିବେ। ସେହିପରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ବିରୋଧ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମଧ୍ୟ ବିଧାୟକ ଦଳରେ ସାମିଲ ଅଛନ୍ତି। କଂଗ୍ରେସରୁ ବିଧାୟକ ଦଳ ନେତା ନରସିଂହ ମିଶ୍ର, ତାରା ପ୍ରସାଦ ବାହିନୀପତି ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.