ରାଜ୍ୟ

ସରକାରୀ ଆବାସିକ ବାଳିକା ବିଦ୍ୟାଳୟର ୨୬ ଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ

କରଞ୍ଜିଆ(କେ ନ୍ୟୁଜ): ପୁଣି ସ୍କୁଲରେ ଭାଇରସ୍‌ ଭୟ। କରଞ୍ଜିଆ ଚମକପୁର ସରକାରୀ ଆବାସିକ ବାଳିକା ବିଦ୍ୟାଳୟରେ ୨୬ ଛାତ୍ରୀ କରୋନା ଆକ୍ରାନ୍ତ ବୋଲି ସୂଚନା ମିଳିଛି । ଆବାସିକ ବିଦ୍ୟାଳୟରେ ମୋଟ ୨୫୯ଜଣ ପିଲା ରହି ପାଠ ପଢୁଥିବା ବେଳେ ୨୦ ଜଣ କର୍ମଚାରୀ ଅଛନ୍ତି । କିଛିଦିନ ପୂର୍ବରୁ କିଛି ଛାତ୍ରୀ ଅସୁସ୍ଥ ଅନୁଭବ କରିବା ପରେ ସେମାନଙ୍କର କରୋନା ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨୬ଜଣ ପିଲା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଆଉ ୧୫ ଜଣଙ୍କ ସ୍ୱାବ ଟେଷ୍ଟ ପାଇଁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।

ସମସ୍ତ ଚିହ୍ନଟ ଆକ୍ରାନ୍ତଙ୍କୁ ବିଦ୍ୟାଳୟ ପରିସରରେ ସଙ୍ଗରୋଧରେ ରଖାଯାଇଛି । ଜଣେ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆକ୍ରାନ୍ତ ଛାତ୍ରୀଙ୍କର ଚିକିତ୍ସା କରାଯିବା ସହ ସେଠାରେ ଏକ ଆମ୍ବୁଲାନ୍ସ ମଧ୍ୟ ରହିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅନ୍ୟପଟେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଲାପାଳ, ଠାକୁରମୁଣ୍ଡା ବିଡିଓ, ତହସିଲଦାର ଓ ଏକ ଡାକ୍ତରୀ ଟିିମ୍‌ ଆଜି ସ୍କୁଲରେ ପହଞ୍ଚିବେ ।

KNews Bureau

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

25 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

32 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

48 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

54 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago