ଆସନ୍ତା ୨୬ ତାରିଖରେ ଟିଟିଲାଗଡ ବନ୍ଦ, ଜିଲ୍ଲାର ମାନ୍ୟତା ଦାବି ନେଇ ଆନ୍ଦୋଳନ

ଟିଟିଲାଗଡ(କେନ୍ଯୁଜ୍) : ଟିଟିଲାଗଡକୁ ଜିଲ୍ଲାର ମାନ୍ୟତା ଦାବି ନେଇ ଆନ୍ଦୋଳନ ନିଷ୍ପତ୍ତି । ଏ ନେଇ ଟିଟିଲାଗଡ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୬ ତାରିଖରେ ଟିଟିଲାଗଡ ବନ୍ଦ ଡାକରା ଦେଇଛି କମିଟି । ଏହାସହ ଆଗାମୀ ୨ ତାରିଖରେ ଆୟୋଜିତ ହେବାକୁ ଥିବା ଉପଖଣ୍ଡସ୍ତରୀୟ ଲୋକ ମହୋତ୍ସବକୁ ବର୍ଜନ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି ।