ଅଡ଼ଶପୁର ୟୁଏନ୍‌ କଲେଜର ୨୭ ଛାତ୍ରଛାତ୍ରୀ ସଂକ୍ରମିତ: କରୋନା ଚିହ୍ନଟ ପରେ ହଷ୍ଟେଲ୍‌ ଖାଲି

କଟକ(କେନ୍ୟୁଜ୍):  କଟକ ଜିଲ୍ଲା ଅଡ଼ଶପୁର ସ୍ଥିତ ଉଦୟ ନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ୨୭ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ । ୨୭ ଜଣ ଛାତ୍ରଛାତ୍ରୀ କୋଭିଡ ସଂକ୍ରମିତ ଚିହ୍ନଟ ପରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ହଷ୍ଟେଲ ଖାଲି କରିବା ସହ ୨୦ ଜଣ ସଂକ୍ରମିତଙ୍କୁ ନିଜ ନିଜ ଘରକୁ ପଠାଇ ଦେଇଛନ୍ତି ।

ଅନ୍ୟ ସାତ ଜଣ ଆକ୍ରାନ୍ତଙ୍କୁ ମହାବିଦ୍ୟାଳୟ ପରିସରରେ ଆଇସୋଲେସନରେ ରଖାଯାଇଛି । କରୋନା ପଜେଟିଭ ଚିହ୍ନଟ ପରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ସାତ ଦିନ ପାଇଁ କଲେଜରେ ଶିକ୍ଷାଦାନ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି । କିନ୍ତୁ ଯୁକ୍ତ ତିନି ଶେଷ ବର୍ଷ ପରୀକ୍ଷା ଥିବାରୁ ପରୀକ୍ଷା କୋଭିଡ଼ କଟକଣା ଓ ସଂପୂର୍ଣ୍ଣ ସତର୍କତା ସହ ଚାଲିବ ବୋଲି ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଠାରୁ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.