ପ୍ରଥମ ମହିଳା ଫ୍ଲାଇଂ ଅଫିସର ଭାବେ ଭାରତୀୟ ବାୟୁସେନାରେ ଯୋଗ ଦେଲେ ଓଡ଼ିଆ ଝିଅ ସାଇ ପ୍ରଣୀତା

କନ୍ଧମାଳ: କନ୍ଧମାଳ ପାଇଁ ଗୌରବ ଆଣିଦେଇଛନ୍ତି ସାଇ ପ୍ରଣୀତା । ପ୍ରଥମ ମହିଳା ଫ୍ଲାଇଂ ଅଫିସର ଭାବେ ଭାରତୀୟ ବାୟୁସେନାରେ ଯୋଗ ଦେଇଛନ୍ତି ୨୭ବର୍ଷର ଓଡ଼ିଆ ଝିଅ ସାଇ ପ୍ରଣୀତା। ଫୁଲବାଣୀ ସଦର ମହକୁମା କେନ୍ଦୁପଦର ସାହିରେ ସାଇ ପ୍ରଣୀତାଙ୍କ ଘର । କହିରଖିବା ଉଚିତ ହେବକି ସାଇଙ୍କ ଜେଜେବାପା ବାୟୁସେନାର ଜଣେ ଅବସର ପ୍ରାପ୍ତକର୍ମଚାରୀ ଥିବାବେଳେ ଦାଦା ମଧ୍ୟ ବାୟୁସେନାରେ ମେଜର ଭାବେ ଯୋଗ ଦେଇଥିଲେ । ନିଜ ଜେଜେବାପା ଓ ଦାଦାଙ୍କ ଠାରୁ ପ୍ରେରଣା ପାଇ ଛୋଟବେଳରୁ ହିଁ ବାୟୁସେନାରେ ଯୋଗଦେବା ପାଇଁ ସାଇପ୍ରଣୀତାଙ୍କ ମନରେ ଇଛା ଜନ୍ମି ଥିଲା। ଫୁଲବାଣୀ ସ୍ୱଂୟସାସିତ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପାସ୍‌ କରିବା ପରେ ଆନ୍ଧ୍ର ପ୍ରଦେଶ ପ୍ରଶାନ୍ତି ଠାରେ ଅବସ୍ଥିତ “ଶ୍ରୀ

ସତ୍ୟସାଇ ମହିଳା ମହାବିଦ୍ୟାଳୟ”ରୁ ସ୍ନାତକ ଓ ପରେ ପଣ୍ଡିଚେରୀ ସେଣ୍ଟ୍ରାଲ ୟୁନିଭରସିଟିରେ ପଦାର୍ଥ ବିଜ୍ଞାନରେ ସ୍ନାତ୍ତୋକତରରେ ପାସ୍‌ କରିଥିଲେ। ହେଲେ ଆର୍ଥିକ ସଙ୍କଟ ଯୋଗୁଁ ନିଜ ପିଏଚ୍ଡି ଶିକ୍ଷା ଶେଷ କରି ପାରିନଥିଲେ। ହେଲେ ସାଇପ୍ରଣିତାଙ୍କ ମନରେ ଥିବା ଦୃଢ ଇଛା ଶକ୍ତି ଆଗରେ ହାର୍‌ ମାନିଥିଲା ସମସ୍ତ ପ୍ରକାର ପ୍ରତିବନ୍ଧକ। ବାୟୁ ସେନା ପରୀକ୍ଷାରେ ଦୁଇ ଦୁଇ ଥର ବିଫଳତା ପରେ ବି ୩ୟ ଥରରେ ଆଜି ତାଙ୍କୁ ମିଳିଛି ସଫଳତା। ଏୟାରଫୋର୍ସ ଏକାଡେମୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ବାୟୁସେନାରେ ମେଟ୍ରୋଲୋଜି ବିଭାଗରେ କାର୍ଯ୍ୟରେ ଯୋଗ ଦେବେ ବୋଲି ଜଣାଯାଇଛି । ଝିଅର ସଫଳତାକୁ ନେଇ ସାଇଙ୍କ ପିତା ମାତା ବି ଖୁବ ଖୁସି ଥିବା ପ୍ରକାଶ କରିଛନ୍ତି |

Leave A Reply

Your email address will not be published.