ସୁନ୍ଦରଗଡ଼ରେ ମରୁଡି ପରିସ୍ଥିତି, ଜିଲ୍ଲାକୁ ସଂପୂର୍ଣ୍ଣ ମରୁଡି ଘୋଷଣା ଦାବି

ସୁନ୍ଦରଗଡ଼(କେନ୍ଯୁଜ୍) : ସୁନ୍ଦରଗଡ଼ ଜିଲ୍ଲାରେ ଦେଖାଦେଇଛି ମରୁଡି ପରିସ୍ଥିତି । ବହୁ ସ୍ଥାନରେ ଜମି ଫାଟି ଆଁ କରିଥିବାବେଳେ ଧାନ ଗଛ ଜଳିଗଲାଣି। ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବିରେ ସବୁଜ ସଂଗଠନ ପକ୍ଷରୁ ଆସନ୍ତା ୨୭ ତାରିଖରେ ଆନ୍ଦୋଳନ ଡାକରା ଦିଆଯାଇଛି । ଏନେଇ ଆଜି ସୁନ୍ଦରଗଡ ସଦର ବିଧାୟକ ଯୋଗେଶ ସିଂ ଓ ବିଧାୟକ ପ୍ରଫୁଲ୍ଲ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଚାଷୀଙ୍କୁ ସହାୟତା ମିଳିବା ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇବେ ବୋଲି ସଦର ବିଧାୟକ କହିଛନ୍ତି ।