ପୁରୀ ରେଳ ଷ୍ଟେସନରେ ଯାତ୍ରୀଙ୍କ ଠାରୁ ୨୮.୮୫ ଲକ୍ଷ ଟଙ୍କା ଜବତ, ଲଗେଜ୍ ସ୍କାନରରେ ଜଣାପଡ଼ିଲା

ପୁରୀ(କେନ୍ୟୁଜ) : ପୁରୀ ରେଳ ଷ୍ଟେସନରେ ଯାତ୍ରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଜବତ । ରେଳଷ୍ଟେସନର ଲଗେଜ୍ ସ୍କାନରରେ ସ୍କାନିଂ ବେଳେ ଯାତ୍ରୀଙ୍କ ବ୍ୟାଗରୁ ଜବତ ହୋଇଛି ୨୮ ଲକ୍ଷ ୮୫ ହଜାର ଟଙ୍କା । ଆର୍ପିଏଫ୍ ଥାନା ପକ୍ଷରୁ ଏହି ଟଙ୍କା ଜବତ କରାଯାଇଛି ।

ଅଟକ ଥିବା ଯୁବକ ଜଣକ ହେଉଛନ୍ତି ବିଶାଖାପାଟଣା ନରସିପାଟନମର ଉଦୟ କୁମାର । ଆଜି ସଂଧ୍ୟାରେ ଉଦୟ କୁମାର ପୁରୀରୁ ବିଶାଖାପାଟଣା ଯିବା ସମୟରେ ଷ୍ଟେସନରେ ଆରପିଏଫ ପୋଲିସ ତାଙ୍କର ଲଗେଜ ସ୍କାନିଙ୍ଗ କରିଥିଲେ ।

ସେଥିରେ ୨୮ ଲକ୍ଷ ୮୫ ହଜାର ଟଙ୍କା ଥିବା ଜଣାପଡିଥିଲା । ଏତେ ଗୁଡିଏ ଟଙ୍କା ଉଦୟ କେଉଁଠୁ ଆଣିଲେ ସେନେଇ ଆରପିଏଫ ତଦନ୍ତ ଚଳାଇଥିବା ବେଳେ ଜମି ବିକ୍ରି କରି ଏସବୁ ଟଙ୍କା ଆଣିଥିବା ଉଦୟ କହିଛନ୍ତି ।

Leave A Reply

Your email address will not be published.