ରାଜ୍ୟ

ସରକାରୀ ସହାୟତା ଯୋଗାଇଦେବେ କହି ଫୋନ କରି ଠକି ନେଲେ ୨୮ ହଜାର ୫ଶହ ଟଙ୍କା, ଯାଜପୁରରୁ ଠକ ଗିରଫ

ମୋହନା(କେନ୍ୟୁଜ୍):  ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଡେକାସିନ୍ଧବା ଗାଁରେ ଗତ ଅଗଷ୍ଟ ମାସ ୨୦୨୨ରେ ଘଟିଥିଲା ଏକ ଠକେଇ  ଘଟଣା। ଡ଼େକାସିନ୍ଧବା ଗ୍ରାମର ମାମିନା ଦଳାଇଙ୍କ ବାପା ରୋଗରେ ପଡ଼ିଥିବାରୁ ସେ ସାମାଜିକ ଗଣମାଧ୍ୟମରେ ସହାୟତା ଲୋଡ଼ିଥିଲେ।  ତେବେ ମାମିନାଙ୍କ ଫୋନ ନମ୍ବର ପାଇ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିନ ଯେମାଦେଇପୁର ଗ୍ରାମର ଅଭିଷେକ ବଳ (୨୩) ମାମିନାଙ୍କୁ ସରକାରଙ୍କର ବିଭିନ୍ନ ସହାୟତା ସ୍କିମରୁ ସହାୟତା ଦେବେ କହି ଫୋନ କରି କହିଥିଲେ ତୁମକୁ ୨୫ ଲକ୍ଷ ଟଙ୍କା ମିଳିବ। ୨୫ ଲକ୍ଷ ଟଙ୍କା ଲୋଭ ମାମିନାଙ୍କୁ ଫସାଇଦେଲା ଅଭିଷେକଙ୍କ ଜାଲରେ ।

ମାମିନା ଟଙ୍କା ପାଇବା ଆଶାରେ  ଅଭିଷେକ ବଳକୁ ପ୍ରଥମେ ୭ହଜାର ତାପରେ ୬ ହଜାର ଓ ପରେ ୧୫ ହଜାର କରି ମୋଟ ୨୮ ହଜାର ଟଙ୍କା ଫୋନପେ ମାଧ୍ୟମରେ ଦେଇଥିଲେ। କିନ୍ତୁ ମିଳିନଥିଲା ୨୫ ଲକ୍ଷ । ତାପରେ ଅଭିଷେକଙ୍କ ଫୋନ ବନ୍ଦ ହୋଇଯାଇଥିଲା। ମାମିନା ସାହାଯ୍ୟ ପାଇବେ କଣ ଅତି ଲୋଭର ଶୀକାର ହୋଇ ଶେଷରେ ହତାଶ ହୋଇ ମୋହନା ଥାନାରେ ଅଭିଯୋଗ କରିଥିଲେ। ଘଟଣାକୁ ଗୁରୁତର ସହ ନେଇ ମୋହନା ଥାନା ଅଧିକାରୀ, ବସନ୍ତ କୁମାର ସେଠୀ ମୋବାଇଲ ଟ୍ରାକିଙ୍ଗ କରି ଅଭିଯୁକ୍ତକୁ ଗଜପତି ଜିଲ୍ଲା କାଶୀନଗରରୁ ଉଠାଇ ଆଣିଥିଲା। ଅଭିଷେଖକୁ ଡାକ୍ତରୀ ମଇନା କରାଯିବା ପରେ ଶନିବାର କୋର୍ଟ ଚଲାଣ କରାଯାଇଥିବା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି ।

KNews Bureau

Recent Posts

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

6 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

51 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

57 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago