ବାଲିଯାତ୍ରାର ଦ୍ୱିତୀୟ ଦିନରେ ଦୁଲୁକିଲା ମଞ୍ଚ: ପଦ୍ମବିଭୂଷଣ ପଣ୍ଡିତ ହରି ପ୍ରସାଦ ଚୌରାସିଆଙ୍କ ବଂଶୀ ବାଦନରେ ମୁଗ୍ଧ ହେଲେ ଦର୍ଶକ

କଟକ(କେନ୍ୟୁଜ୍):ଐତିହାସିକ ବାଲିଯାତ୍ରାର ଦ୍ୱିତୀୟ ଦିନରେ ଦୁଲୁକିଥିଲା ଅକ୍ଷୟ ମହାନ୍ତି ମଞ୍ଚ । ସନ୍ଧ୍ୟାରେ ପରିବେଷଣ ହୋଇଥିଲା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ। ଗତକାଲି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ପଦ୍ମବିଭୂଷଣ ପଣ୍ଡିତ ହରି ପ୍ରସାଦ ଚୌରାସିଆ ଓ ତାଙ୍କ ବଂଶୀ ବାଦନ ଟିମ୍‌ । ମଞ୍ଚରେ ତବଲା ଓ ବଂଶୀର ଚମତ୍କାର ଯୁଗଳ ବନ୍ଦୀ ଦେଖିବାକୁ ମିଳିଥିଲା । ବଂଶୀ ବାଦନରେ ମୁଗ୍ଧ ହୋଇଥିଲେ ଦର୍ଶକ।

କଟକ ସହିତ ନିଜର ସ୍ମୃତି ତାଜା ହୋଇ ଗଲା ବୋଲି କହିଥିଲେ ହରିପ୍ରସାଦ। ଗତକାଲିର ଦିନ ବାଲିଯାତ୍ରା ପାଇଁ ଏକ ସ୍ମୃତି ହୋଇ ରହିବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ । ହାଇକୋର୍ଟର ବିଚାରପତି ମାନେ ବଂଶୀବାଦନ କାର୍ଯ୍ୟକ୍ରମକୁ ଶେଷ ପର୍ଯ୍ୟନ୍ତ ବସି ଦେଖିଥିଲେ । କେବଳ ସେତିକି ନୁହେଁ ମଞ୍ଚ ଉପରକୁ ଆସି ହରିପ୍ରସାଦ ଚୌରାସିଆଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Leave A Reply

Your email address will not be published.