କଳାହାଣ୍ଡି(କେନ୍ୟୁଜ୍): ମାଓବାଦୀଙ୍କ ସହିଦ ସପ୍ତାହର ଆଜି ଦ୍ୱିତୀୟ ଦିନ। ଏହାକୁ ଦୃଷ୍ଟିରେ ରଖି କଳାହାଣ୍ଡିରେ କମ୍ବିଂ ଅପରେସନ କଡ଼ାକଡ଼ି କରାଯାଇଛି। ଜିଲ୍ଲାର ବିଭିନ୍ନ ମାଓପ୍ରବଣ ଅଞ୍ଚଳ ଲାଞ୍ଜିଗଡ଼, ଥୁଆମୂଳ ରାମପୁର, ମଦନପୁର ରାମପୁର, ବିଶ୍ୱନାଥପୁର, ବିଜେପୁର, କେଗାଁ, ମୋହନଗିରି ଭଳି ମାଓପ୍ରବଣ ଅଞ୍ଚଳରେ କମ୍ବିଂ ଅପରେସନ ଜୋରଦାର କରାଯାଇଛି। ଏଥିରେ ଏସଓଜି, ସିଆରପିଏଫ, କୋବ୍ରା, ଡିଭିଏଫ ଓ ପୋଲିସ ନିୟୋଜିତ ହୋଇଥିବା ବେଳେ ମାଓ ହିଂସାକୁ ରୋକିବା ଦିଗରେ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଜିଲ୍ଲାରେ ଗତ କିଛି ଦିନ ତଳେ ଲାଞ୍ଜିଗଡ଼ ଅଞ୍ଚଳରେ ଦୁଇ ନିରୀହ ଲୋକଙ୍କୁ ପୋଲିସ ଇନ୍ଫର୍ମର ସନ୍ଦେହରେ ମାଓବାଦୀ ଗୁଳି କରି ହତ୍ୟା କରିବା ପରେ ଏହି ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ତେବେ ଲୋକମାନେ ଭୟଭୀତ ନହେବାକୁ ଦକ୍ଷିଣାଞ୍ଚଳ ପୋଲିସ ଡିଆଇଜି ହିମାଂଶୁ ଲାଲ ତଥା ଏସପି ବି ଗଙ୍ଗାଧର ଜନସାଧାରଣଙ୍କୁ ନିବେଦନ କରିଛନ୍ତି।