କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଡେଲଟା ତାଲିକାରେ ପ୍ରକାଶିତ , ଟପ୍‌ ଫାଇଭ୍‌ ଆକାଂକ୍ଷୀ ଜିଲ୍ଲା ତାଲିକାରେ ନୂଆପଡ଼ା ଓ କୋରାପୁଟ

ଦିଲ୍ଲୀ(କେନ୍ୟୁଜ୍) : ଓଡିଶାରେ ବିକାଶ ଉର୍ଦ୍ଧ୍ୱମୁଖୀ ହୋଇଛି। ପଛୁଆ ଜିଲ୍ଲା ଗୁଡିକର ମଧ୍ୟ ବିକାଶ ହୋଇଛି। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଆର୍ଥିକ ଅବସ୍ଥା ଓ ମୌଳିକ ଭିତ୍ତିଭୂମିରେ ଉନ୍ନତି ହୋଇଛି। ସେମାନଙ୍କ ଜୀବନ ଧାରଣ ଓ ମାନଦଣ୍ଡରେ ଯଥେଷ୍ଟ ଉନ୍ନତି ହୋଇଛି। କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ପକ୍ଷରୁ ପ୍ରକାଶ ପାଇଥିବା ଆକାଂକ୍ଷୀ ଜିଲ୍ଲା ଡେଲଟା ର‍୍ୟାଙ୍କିଙ୍ଗ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।

nitiପ୍ରଥମ ୫ଟି ଜିଲ୍ଲା ତାଲିକାରେ ଓଡ଼ିଶାର ଦୁଇ ଜିଲ୍ଲା ନୂଆପଡ଼ା ଓ କୋରାପୁଟ ରହିଛି। ଏହି ଦୁଇ ଜିଲ୍ଲା ଦ୍ୱିତୀୟ ଓ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି। ପ୍ରଥମ ସ୍ଥାନରେ ରହିଛି ତାମିଲନାଡୁର ବିରୁଦନଗର ଜିଲ୍ଲା। ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଓ ବିହାରର ଔରଙ୍ଗାବାଦ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି। ୧୧୧ଟି ଜିଲ୍ଲା ଗୁଡିକରେ ହୋଇଥିବା ବିକାଶକୁ ଆଧାର କରି ୬ଟି ମାନଦଣ୍ଡ ଆଧାରରେ ଏହି ତାଲିକା ପ୍ରକାଶ କରାଯାଇଛି।