ଆଜିଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ, ଉପସ୍ଥାପିତ ହେବ ବିଭିନ୍ନ ଷ୍ଟାଣ୍ଡିଂ କମିଟିର ରିପୋର୍ଟ

ଭୁବନେଶ୍ୱର(କେନ୍ୟୁଜ୍) :ଆଜିଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ। ୧୩ ତାରିଖରୁ ଆରମ୍ଭ ହେବାକୁ ଥିବା ଅଧିବେଶନ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଭିନ୍ନ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଉପସ୍ଥାପିତ ହେବ। ଜୁଲାଇ ୧୪ରୁ ୨୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହେବ। ଯେଉଁ ବିଭାଗଗୁଡ଼ିକର ଖର୍ଚ୍ଚଦାବି ଆଲୋଚନା ହୋଇ ପାରିନଥିବ ତାହା ୨୯ ଜୁଲାଇରେ ଗିଲୋଟିନ ଜରିଆରେ ପାରିତ ହେବ। ଜୁଲାଇ ୩୦ରେ ୨୦୨୨-୨୩ ଆର୍ଥିକ ବର୍ଷର ବ୍ୟୟମଞ୍ଜୁରୀ ବିଲ୍‌ ପାରିତ୍‌ ହେବ।

ଆଜି ପୁଣିଥରେ ଗୃହରେ ଉଠିବ ବିଜେବି କଲେଜ ଛାତ୍ରୀ ରୁଚିକା ଆତ୍ମହତ୍ୟା ପ୍ରସଙ୍ଗ। ପୋଲିସର ଆଭିମୁଖ୍ୟକୁ ନେଇ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛତନ୍ତି କଂଗ୍ରେସ। ସେହିପରି ଚାଷୀ ଓ ଚାଷ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିବାକୁ ଯୋଜନା କରିଛି ଦଳ। ସେହିପରି ବିଜେପି ଚାଷ ଠାରୁ ଆରମ୍ଭ କରି ହାତୀ ମୃତ୍ୟୁ ଭଳି ପ୍ରସଙ୍ଗ ସହ ଆଇନଶୃଙ୍ଖଳା ପରିସ୍ଥିତି,ଚାଷୀ ଆତ୍ମହତ୍ୟା ଭଳି ପ୍ରସଙ୍ଗ ଉଠାଇବା ପାଇଁ ବିଜେପି ନିଷ୍ପତ୍ତି ନେଇଛି। ଶାସକ ଦଳ କହିଛି, ବିରୋଧୀ ଦଳ ଯେଉଁ ପ୍ରସଙ୍ଗ ଉଠାଇବେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ। ଜୁଲାଇ ୨ରୁ ବିଧାନସଭାର ବଜେଟ୍‌ ଅଧିବେଶନ ଆରମ୍ଭ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.