ଓଡ଼ିଶାରୁ ଛେଳି ଚୋରି, ଛତିଶଗଡରୁ ଗିରଫ ସହ ୭ ଛେଳି ଉଦ୍ଧାର

ପାଟଣାଗଡ଼ : ଓଡ଼ିଶାରୁ ଛେଳି ଚୋରି କଲେ , ଛତିଶଗଡରୁ ଗିରଫ ହେଲେ । ଛେଳି ଚୋରଙ୍କୁ ଧରିବାକୁ ବଲାଙ୍ଗିରରୁ ଛତିଶଗଡ଼ ଗଲା ପୋଲିସ । ଭିଲାଇ ଅଞ୍ଚଳରୁ ଦୁଇ ଚୋରଙ୍କୁ ଗିରଫ କରି ୭ଛେଳିଙ୍କୁ ଉଦ୍ଧାର କରିଛି ପାଟଣାଗଡ଼ ପୋଲିସ । ବଲାଙ୍ଗିରର ବାଞ୍ଜିଝାଲ ଗାଁରୁ ୭ଟି ଛେଳି ଚୋରି କରି ଛତିଶଗଡର ଭିଲାଇ ଫେରାର ହୋଇଯାଇଥିଲେ ଚୋର ।
ଗିରଫ ଅଭିଯୁକ୍ତ ହେଲେ ଛତିଶଗଡ ଭିଲାଇନଗର ଥାନା ଅଞ୍ଚଳର ରାଜା ଅହମ୍ମଦ ଓ ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅଞ୍ଚଳର ଆଶିଷ ନନ୍ଦ । ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରିରେ ବ୍ୟବହୃତ ଟାଟା ସୁମୋ ଗାଡି ଜବତ କରାଯାଇଛି । ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପାଟଣାଗଡ଼ ପୋଲିସ । ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପାଟଣାଗଡ଼ ଥାନାଅଧିକାରୀଙ୍କ ନେତୃତ୍ୱରେ ଗୋଟିଏ ଟିମ ଗଠନ ହୋଇଥିଲା ।