ବଲାଙ୍ଗିର ଆରଟିଓ ଛକରେ ସିରିଜ ଦୁର୍ଘଟଣା ଘଟଣା:ପୂର୍ବ ଶତ୍ରୁତାରୁ ଯୋଜନା ବଦ୍ଧ ଦୁର୍ଘଟଣା ଘଟାଇଥିବା ସନ୍ଦେହରେ ୩ ଅଭିଯୁକ୍ତଙ୍କୁ ଅଟକ

ବଲାଙ୍ଗିରକେନ୍ୟୁଜ୍): ବଲାଙ୍ଗିର ଆରଟିଓ ଛକରେ ସିରିଜ ଦୁର୍ଘଟଣା ଘଟଣାରେ ୩ ଅଭିଯୁକ୍ତଙ୍କୁ ଅଟକ ରଖିଛି ବଲାଙ୍ଗିର ଟାଉନ ପୋଲିସ। ଗତକାଲି ସିରିଜ ଦୁର୍ଘଟଣାରେ ବାଇକ ଚାଳକ ଶ୍ରୀକାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିଲେ ।

ଆଜି  ଦୁର୍ଘଟଣାର ଏକ ସିସିଟିଭି ଭିଡିଓ ଭାଇରଲ  ହୋଇଛି। ଏହାପରେ ବଲାଙ୍ଗିର ଏସ୍‌ଡିପିଓ ତୋଫାନ ବାଗ ଏହା ଯୋଜନା ବଦ୍ଧ ଦୁର୍ଘଟଣା ବୋଲି ସନ୍ଦେହ କରିଛନ୍ତି ।ପୂର୍ବ ଶତ୍ରୁତାରୁ ଯୋଜନା ବଦ୍ଧ ଦୁର୍ଘଟଣା ଘଟାଇ ଥିବା ସନ୍ଦେହରେ ୩ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ  କରିଛ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.