ଗାଁ ଦାଣ୍ଡରେ ନବବଧୂକୁ ଗୋଡାଇ ଗୋଡାଇ ମାଡ ମାରିବା ଘଟଣା, ୩ ଅଭିଯୁକ୍ତ ଗିରଫ

କେନ୍ଦ୍ରାପଡା: ଗାଁ ଦାଣ୍ଡରେ ନବବଧୂକୁ ଗୋଡାଇ ଗୋଡାଇ ମାଡ ମାରିବା ଘଟଣାରେ ୩ ଅଭିଯୁକ୍ତ ଗିରଫ। ମାମୁଁ ଶ୍ୱଶୁର ଓ ତାଙ୍କ ଦୁଇ ପୁଅଙ୍କୁ ନିକିରାଇ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

କେନ୍ଦ୍ରାପଡା ଜଝାଂଙ୍ଗ ଗାଁର ନବ ବିବାହିତା ବୋହୂ ଦୁଇ ବର୍ଷ ତଳେ କୋର ଗାଁରେ ବୈଦିକ ରୀତିନୀତିରେ ବିବାହ କରିଥିଲେ । ବିବାହ ପରେ ପାରିବାରିକ ବିବାଦ ଲାଗି ରହିଥିଲା । ମହିଳା ଜଣକ ଗାଁରେ ରହୁଥିବା ବେଳେ ସ୍ୱାମୀ ଓ ଶାଶୂ ରାଜ୍ୟ ବାହାରେ ରୁହନ୍ତି । ମହିଳା ରହୁଥିବା ଘରଟି ମାମୁ ଘର ବୋଲି ଦାବି କରୁଥିଲୋ ଏହି ଘଟଣାକୁ ନେଇ ଗତ ୨ ତାରିଖରେ ମାମୁଘର ଲୋକ ଠେଙ୍ଗା ବାଡି ଧରି ବୋହୂକୁ ମାଡ଼ ମାରିଥିଲେ । ଗୁରୁତର ଅବସ୍ଥାରେ ନବବଧୁଙ୍କ ମେଡିକାଲରେ ଚିକିତ୍ସା ଚାଲୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.