ସମ୍ବଲପୁର: ବିଶିଷ୍ଟ ବ୍ୟବସାୟୀଙ୍କୁ ଅପହରଣ ଘଟଣା, ଗିରଫ ହେଲେ ୩ ଅଭିଯୁକ୍ତ

ସମ୍ବଲପୁର(କେନ୍ୟୁଜ୍): ଧରାପଡିଲେ ବ୍ୟବସାୟୀଙ୍କୁ ଅପହରଣ  କରିଥିବା ଅପହରଣକାରୀ।  ଗତ ୧୦ ତାରିଖରେ ମଧ୍ୟାହ୍ନ ୧୨ଟା ବେଳେ ସମ୍ବଲପୁର ବରେଇପାଲିର ୬୩ ବର୍ଷୀୟ ନରେଶ କୁମାର ଅଗ୍ରୱାଲ ନାମକ ଜଣେ ବ୍ୟବସାୟୀଙ୍କୁ ମୁଣ୍ଡରେ ଗନ ରଖି ରାସ୍ତାକଡରୁ ଅପହରଣ କରିନେଇଥିଲେ। ଏହି ଘଟଣାରେ ବ୍ୟବସାୟୀଙ୍କ ପୁଅ ଦୀପକ ଅଗ୍ରୱାଲ  ଶାସନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ  ଭିତ୍ତି କରି ଶାସନ ପୋଲିସ ଏସଡିପିଓଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରିଥିଲା । ଆଜି ଏହି କେସର ତଦନ୍ତ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ସୂଚନା ମୁତାବକ ବରେଇପାଲିର ବିଶିଷ୍ଟ ବ୍ୟବସାୟୀ ନରେଶ କୁମାର ଅଗ୍ରୱାଲଙ୍କ ପୁଅ  ଆଲୋକ ଅଗ୍ରୱାଲଙ୍କୁ ଅପହରଣ କରିବା  ପାଇଁ  ରାଜୀବ ଦୁଆ, ଏମଡି.ଆସିଫ, ଏମଡି ସୈଫୁଲ୍ଲା ତାରିକ୍, ଏମଡି ଅଲ୍ଲୀ ଓରଫ ରାଜା ଓ କଲିକତାର ଜଣେ ବ୍ୟକ୍ତି ମିଶି ଯୋଜନା କରିଥିଲେ। କିନ୍ତୁ  ଏଥିରେ ଅସଫଳ ହେବା ପରେ ନରେଶ ଅଗ୍ରୱାଲଙ୍କୁ ଟାର୍ଗେଟ କରିଥିଲେ। ନରେଶ  ଏକ ସାଇଟ୍ କାମର ତଦାରଖ କରିବା ପାଇଁ କାରରେ ବାହାରିଥିବା ବେଳେ ସମ୍ବଲପୁରରୁ ଏକ କାର ଯୋଗେ ପିଚ୍ଛା କରିଥିଲେ ଏହି ଦୁର୍ବୃତ୍ତମାନେ । ପରେ ଶାସନ ବାଇପାସ ନିକଟରେ ନରେଶଙ୍କ କାରକୁ ଅଟକାଇ ଗନ ପଏଣ୍ଟରେ ନରେଶଙ୍କୁ ଅପହରଣ କରିନେଇଥିଲେ। ଏହାପରେ ଜମାଦାରପାଲ୍ଲୀର ଏକ ନିର୍ମାଣଧୀନ କୋଠାରେ ଯାଇ  ନରେଶଙ୍କୁ ରଖି ଶାରୀରିକ ନିର୍ଯ୍ୟାତନା ଦେବାରେ ଲାଗିଥିଲେ ଓ  ପରିବାରକୁ ୨ କୋଟି ଟଙ୍କା ଦେଲେ ନରେଶଙ୍କୁ ଛାଡିବୁ ବୋଲି ଦାବି କରିଥିଲେ।  କିନ୍ତୁ ପରିବାର ଲୋକେ ପୋଲିସରେ ଅଭିଯୋଗ ଦେଇଥିବାରୁ ଦୁର୍ବୃତ୍ତମାନେ ନରେଶଙ୍କ ଠାରୁ ୧୫୦୦୦ ଟଙ୍କା, ସୁନା ଚେନ,ମୁଦି ଓ ତା ସାଙ୍ଗକୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଲୁଟିନେଇ ନରେଶଙ୍କୁ ଛାଡି ଦେଇଥିଲେ। ଏହି ଘଟଣାରେ ତଦନ୍ତ କରି ଆଜି ଡକାୟତମାନଙ୍କୁ  ଗିରଫ କରିଛି ଅଇଁଠାପାଲି ଓ ଶାସନ ପୋଲିସ

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.