ଟାଙ୍ଗୀ ଭଟିମୁଣ୍ଡାରେ ପୋଲିସର ଚଢ଼ଉ, ୫୦ ଲକ୍ଷ ଟଙ୍କାର ଚୋରି ତାର ଜବତ,୩ ଗିରଫ
ମାର୍ଶାଘାଇ(କେନ୍ୟୁଜ୍) : ମାର୍ଶାଘାଇ ଅଂଚଳରେ ବାରମ୍ବାର ବିଦ୍ୟୁତ ତାର ଚୋରି ହେବାର ଅଭିଯୋଗ ହେଉଥିଲା । ଏହାକୁ ଦୃଷ୍ଟିରେ ରଖି ମାର୍ଶାଘାଇ ପୋଲିସ ପକ୍ଷରୁ ଟାଙ୍ଗୀ ଭଟିମୁଣ୍ଡା ଅଞ୍ଚଳରେ ଚଢ଼ାଉ କାର୍ଯ୍ୟ ଜାରି ରହିଥିଲା। ଫଳରେ ପୋଲିସ ଆଜି ୫୦ ଲକ୍ଷ ଟଙ୍କାର ଚୋରି ବିଦ୍ୟୁତ ତାର ଉଦ୍ଧାର କରିଛି।
ଏଥିରେ ଜଡିତ ଥିବା ଆନ୍ତଃ ଜିଲା ଚୋର ଗ୍ୟାଙ୍ଗର ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତଙ୍କ ଠାରୁ ବିପୁଳ ପରିମାଣର ଚୋରି ବିଦ୍ୟୁତ ତାର ଉଦ୍ଧାର କରାଯାଇଛି। ଏକାଧିକ ମନ୍ଦିର ଚୋରୀରେ ଏହି ଗ୍ୟାଙ୍ଗ ସାମିଲ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।