୧୦ଲକ୍ଷ ଟଙ୍କା ଜବତ ଘଟଣାରେ ଜେଲ୍ ଗଲେ ୩ ଅଭିଯୁକ୍ତ, ୧୮ ତାରିଖରେ ଜାମିନ ଆବେଦନର ହେବ ଶୁଣାଣି

ଭୁବନେଶ୍ୱର : ଦାମୀ କାରରୁ ୧୦ଲକ୍ଷ ଟଙ୍କା ଜବତ ଘଟଣାରେ ଜେଲ୍ ଗଲେ ୩ ଅଭିଯୁକ୍ତ । ସିବିଆଇ ସ୍ବତନ୍ତ୍ର କୋର୍ଟରେ ଜାମିନ ପାଇଁ କଲେ ଆବେଦନ । ୧୮ ତାରିଖରେ ଜାମିନ ଆବେଦନର ହେବ ଶୁଣାଣି । ରିମାଣ୍ଡ ଶେଷ ପରେ କୋର୍ଟରେ ହାଜର କରିଥିଲା ସିବିଆଇ । ସ୍ବତନ୍ତ୍ର କୋର୍ଟରେ ହାଜର ପରେ ଜେଲ୍ ପଠାଇଲେ କୋର୍ଟ । ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ । ବ୍ରିଜ ଆଣ୍ଡ ରୁଫ୍ କମ୍ପାମୀର ଜିଏମ ସମେତ ୩ ଜଣ ଗିରଫ ହୋଇଥିଲେ ।

ପ୍ରକାଶଯୋଗ୍ୟ, ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ ଯୁଗ୍ମ ନିର୍ଦ୍ଦେଶକ। ଦାମୀ କାରରୁ ଜବତ ୧୦ଲକ୍ଷ ଟଙ୍କା ଜବତ ଘଟଣାରେ ଗିରଫ ୩ ଅଭିଯୁକ୍ତଙ୍କ ସହ IAS ବିଷ୍ଣୁପଦ ସେଠୀଙ୍କ ସମ୍ପର୍କ ନେଇ ଚାଲିଛି ସମୀକ୍ଷା । ତଦନ୍ତରେ ଏବେ ସୁଦ୍ଧା ମିଳିଥିବା ତଥ୍ୟକୁ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରୁଥିବା ସୂଚନା ରହିଛି। ଦଶ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲରେ ରିମାଣ୍ଡ ଅବଧି ପରେ ଗିରଫ ଅଭିଯୁକ୍ତ ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀର ଗ୍ରୁପ ଜେନେରାଲ ମ୍ୟାନେଜର ଚଞ୍ଚଳ ମୁଖାର୍ଜୀ , ଆଦିତ୍ୟ ଇନଫ୍ରା ଏମଡି ଦେବଦତ୍ତ ମହାପାତ୍ରଙ୍କୁ ସିବିଆଇ ସ୍ଵତନ୍ତ୍ର କୋର୍ଟରେ ହାଜର କରାଯାଇଛି।

ପେଣ୍ଟା ଏ ଷ୍ଟୁଡିଓ ମୁଖ୍ୟ ସନ୍ତୋଷ ମହାରଣା ଏବେ ମେଡିକାଲରେ ଅଛନ୍ତି । ସେ ସ୍ବାସ୍ଥ୍ୟ ଅବସ୍ଥା ଖରାପ ବୋଲି ବାହାନା କରୁଥିବା ସିବିଆଇ ସୂଚନା ମିଳିଛି । ପୁଣି ଥରେ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି ସିବିଆଇ । ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୩ ଦିନ ଓ ଦ୍ୱିତୀୟ ପର୍ଯ୍ୟାୟରେ ୫ ଦିନ ରିମାଣ୍ଡରେ ନେଇ ଜେରା କରିଛି ସିବିଆଇ । ଆଜି ଚଞ୍ଚଳ ମୁଖାର୍ଜୀଙ୍କ ପାଇଁ ଜାମିନ ଆବେଦନ କରିବେ ତାଙ୍କ ଓକିଲ ।

ସିବିଆଇ ଏହି ମାମଲାରେ ତଦନ୍ତରେ ସହଯୋଗ କରିବା ପାଇଁ ଆୟକର ବିଭାଗ ଏବଂ ଇଡିକୁ ଚିଠି ଲେଖିଛି। ଗତକାଲି ବ୍ରିଜ ଆଣ୍ଡ ରୁଫ କାର୍ଯ୍ୟାଳୟ, ପେଣ୍ଟା ଏ ଷ୍ଟୁଡିଓ ଓ ଆଦିତ୍ୟ ଇନଫ୍ରା ଅଫିସରେ ସିବିଆଇ ରେଡ୍ କରିଥିଲା। ସେହିପରି ଏହି ମାମଲାରେ ରାଜଧାନୀର ଏକ ଘରୋଇ ହୋଟେଲ ଜେନେରାଲ ମ୍ୟାନେଜରଙ୍କୁ ସିବିଆଇ ଅଧିକାରୀ ମଧ୍ୟ ପଚରାଉଚରା କରାଯାଇଥିଲା । ପ୍ରାୟ ୪୫ ମିନିଟ୍ ଧରି ଚାଲିଥିଲା ଜେରା । ହୋଟେଲର CCTVକୁ ମଧ୍ୟ ଯାଞ୍ଚ କରିଛି ସିବିଆଇ।