ଜୁନରୁ ଆରମ୍ଭ ଯୁକ୍ତ ତିନି ନାମଲେଖା ପ୍ରକିୟା, ଜାଣନ୍ତୁ କିପରି କରିବେ ଆବେଦନ

ଭୁବନେଶ୍ୱର (କେନ୍ୟୁଜ): ଯୁକ୍ତ ତିନି ନାମ ଲେଖା ପାଇଁ ଜୁନ୍ ପ୍ରଥମ ସପ୍ତାହରୁ କରିପାରିବେ ଆବେଦନ । ଅନଲାଇନ୍ ଜରିଆରେ ଛାତ୍ରଛାତ୍ରୀ କରିବେ ଆବେଦନ । ଏହି ଆବେଦନ ପ୍ରକ୍ରିୟା ଜୁନ୍ ପ୍ରଥମ ସପ୍ତାହରୁ ଆରମ୍ଭ ହେବ । ଓଡିଶାର ସରକାରୀ ତଥା ବେସରକାରୀ ମହାବିଦ୍ୟାଳୟରେ ୟୁଜି ପାଠ୍ୟକ୍ରମ ପାଇଁ ଆଡମିଶନ ଚାହୁଁଥିବା ଛାତ୍ରଛାତ୍ରୀ ମାନେ www.samsodisha.gov.in ରେ ଆବେଦନ କରିପାରିବେ । ଏହା ଅଫିସିଆଲ୍ ୱେବସାଇଟରେ ଚାରି ସପ୍ତାହ ପର୍ଯ୍ୟନ୍ତ ଉପଲବ୍ଧ ରହିବ। ଜଣେ ପ୍ରାର୍ଥୀ ସବିଶେଷ ତଥ୍ୟ, ଡକ୍ୟୁମେଣ୍ଟ୍ ଦେଇ ସମୟସୀମା ଅନୁଯାୟୀ ଆବେଦନ କରିପାରିବେ ।

ସ୍ନାତକ ନାମଲେଖା ଲାଗି ପଞ୍ଜୀକରଣ ସମୟରେ ନାମ, ମୋବାଇଲ୍‌ ନମ୍ବର, ଇ-ମେଲ୍‌ ଆଇଡି ରହୁଥିଲା । ଏଥର ପଞ୍ଜୀକରଣ ପେଜ୍‌ରେ ଛାତ୍ରଛାତ୍ରୀଙ୍କ ଜନ୍ମ ତାରିଖ ଉଲ୍ଲେଖ ରହିବ । ନାମଲେଖା ପ୍ରକ୍ରିୟା ସରିବା ପର୍ଯ୍ୟନ୍ତ ଆବଦେନକାରୀ ଦେଇଥିବା ମୋବାଇଲ୍‌ ନମ୍ବର ଓ ଇ-ମେଲ୍‌ ଆକ୍ଟିଭ୍‌ ରଖିବାକୁ ପରାମର୍ଶ ଦିଆଯାଇଛି । ସିଏଏଫ୍‌ରେ ଯଦି କୌଣସି ପ୍ରକାର ତ୍ରୁଟି ଥିବ, ଆବେଦନକାରୀ ତାହାକୁ ସଂଶୋଧନ କରିପାରିବାର ସୁବିଧା ଉପଲବ୍ଧ ହେବ । ସ୍ନାତକ ପାଠ୍ୟକ୍ରମରେ ନାମଲେଖା ଲାଗି ଛାତ୍ରଛାତ୍ରୀ ପୂର୍ବରୁ ସର୍ବନିମ୍ନ ୫ ଟି ଓ ସର୍ବାଧିକ ୨୦ ଶିକ୍ଷାନୁଷ୍ଠାନରେ ଆବେଦନ କରିପାରୁଥିଲେ । ମାତ୍ର ଏବେ ଆବଦନକାରୀ ନିଜ ଇଚ୍ଛା ଅନୁଯାୟୀ ଶିକ୍ଷାନୁଷ୍ଠାନ ଲାଗି ଆବେଦନ କରିପାରିବେ ।

ଆବଶ୍ୟକ ଡକ୍ୟୁମେଣ୍ଟ

ଉଚ୍ଚ ମାଧ୍ୟମିକ ସାର୍ଟିଫିକେଟ୍ (HSC) ମାର୍କ ସିଟ୍
ଆବେଦନ ଫର୍ମ
ଫଟୋ ପରିଚୟ ପତ୍ର
ରେସିଡେଣ୍ଟ ସାର୍ଟିଫିକେଟ୍
ଇନକମ ସାର୍ଟିଫିକେଟ୍
TC
ପାସପୋର୍ଟ ସାଇଜ ଫଟୋ
ଜନ୍ମ ପ୍ରମାଣପତ୍ର
କ୍ରୀଡା କୋଟା ସାର୍ଟିଫିକେଟ୍ (ଯଦି ପ୍ରଯୁଜ୍ୟ)
ଆଧାର କାର୍ଡ

୨୦୨୪-୨୫ ଶିକ୍ଷା ବର୍ଷ ଯୁକ୍ତ ୩ ଆଡମିଶନ ପାଇଁ ସାଧାରଣ ବର୍ଗଙ୍କ ପାଇଁ ପଞ୍ଜୀକରଣ ଫି ₹ ୨୭୫ ଥିବାବେଳେ SC / STଙ୍କ ପାଇଁ ₹ ୧୭୫ ଟଙ୍କା ଦେବାକୁ ପଡିବ । ଉଲ୍ଲେଖଯୋଗ୍ୟ, ପିଡବ୍ଲ୍ୟୁଡି ଏବଂ ଟ୍ରାନ୍ସଜେଣ୍ଡର ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ।

ସୂଚନା ଅନୁସାରେ ମେ ୨୬ରେ ପ୍ରକାଶ ପାଇଥିଲା ଯୁକ୍ତ ୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଚଳିତବର୍ଷ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ କଳାରେ ୨ ଲକ୍ଷ ୩୭ ହଜାର ୭୫୦, ବିଜ୍ଞାନରେ ୧ଲକ୍ଷ ୧୬ ହଜାର୬୨୦, ବାଣିଜ୍ଯରେ ୨୬ ହଜାର ୮୯ ଜଣ ଓ ଧନ୍ଦାମୂଳକରେ ୫ ହଜାର ୭୯୧ ଜଣ ପରୀକ୍ଷାର୍ଥୀ ଥିଲେ । ତେବେ ମୋଟ ପାସ ହାର ୮୬.୯୩ ପ୍ରତିଶତ ରହିଥିଲା । କଳାରେ ପାସ୍ ହାର ୮୦.୯୫ ପ୍ରତିଶତ । ବିଜ୍ଞାନରେ ୮୬.୯୩ ପ୍ରତିଶତ ପାସ୍ ହାର । ବାଣିଜ୍ୟରେ ୮୨.୨୭ ପ୍ରତିଶତ ପାସ୍ ହାର ଥିଲା ।

Leave A Reply

Your email address will not be published.