ରାଜ୍ୟ

ନୟାପଲ୍ଲୀ ଲେଡିଜ୍‌ ହଷ୍ଟେଲରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଘଟଣା: ବନ୍ଧା ହେଲେ ୩ ଅଭିଯୁକ୍ତ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ନୟାପଲ୍ଲୀରେ ଲେଡିଜ୍‌ ହଷ୍ଟେଲରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଘଟଣାରେ ବନ୍ଧା ହେଲେ ତିନି ଅଭିଯୁକ୍ତ। ଗିରଫ ଅଭିଯୁକ୍ତ ସୋନୁ ଓରଫ ସନିଆ ଦାସ, ପିଙ୍କୁ ଓରଫ ଶଶିକାନ୍ତ ଭୋଇ ଓ ସଞ୍ଜୟ ବେହେରା। ୫ ତାରିଖ ସଂଧ୍ୟାରେ ହଷ୍ଟେଲର କିଛି ଯୁବତୀ ନିଜ ବନ୍ଧୁଙ୍କ ସହ କଥା ହେଉଥିବା ବେଳେ ସେମାନଙ୍କୁ ଟେକା ପକାଇଥିଲେ ଅଭିଯୁକ୍ତ। ଏମାନଙ୍କ ଘର ନୟାପଲ୍ଲୀ ଭୋଇ ସାହି ଅଞ୍ଚଳରେ ବୋଲି ପୋଲିସ କହିଛି। ଲେଡିଜ ହଷ୍ଟେଲରେ ଉପଦ୍ରବ କରିଥିବା ୧୦ଜଣ ଜଣଙ୍କୁ ଚି଼ହ୍ନଟ କରାଯାଇଛି। ଅନ୍ୟ ୭ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ।

ସେପଟେ ଲେଡିଜ ହଷ୍ଟେଲ ଗୁଡ଼ିକରେ ସୁରକ୍ଷା ଗାଇଡଲାଇନ ପାଳନ ହେଉନଥିବା ପୋଲିସ କହିଛି। ସିସିଟିଭିକୁ କାର୍ଯ୍ୟକ୍ଷମ ରଖିବା ସହ ସିକ୍ୟୁରିଟି ଗାର୍ଡ ନିୟୋଜିତ କରିବାକୁ ହଷ୍ଟେଲ ମାଲିକଙ୍କୁ ଅନୁରୋଧ କରିଛି ପୋଲିସ। ରୋଡ୍‌ ରୋମିଓଙ୍କ ଉତ୍ପାତ ପରେ ଲେଡ଼ିଜ ହଷ୍ଟେଲକୁ ଯିବେ ମହିଳା ପୋଲିସ। ହଷ୍ଟେଲ ଅନ୍ତେବାସୀଙ୍କ ସହ ଆଲୋଚନା କରି ସେମାନଙ୍କ ଅସୁବିଧା ବିଷୟରେ ପଚାରି ବୁଝିବେ।

ସୂଚନା ଥାକି, ଗତ ୫ ତାରିଖ ସନ୍ଧ୍ୟାରେ ହଷ୍ଟେଲ ଭିତରେ ପଶି ମାରପିଟ୍‌ ସହ ଗାଡ଼ି ଭଙ୍ଗାରୁଜା କରିଥିଲେ। କମେଣ୍ଟ ମରାକୁ କେନ୍ଦ୍ର କରି ଏଭଳି କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ । କମେଣ୍ଟ ମରାର ପ୍ରତିବାଦ କରିବାରୁ ହଷ୍ଟେଲ ଭିତରେ ପଶି ଭଙ୍ଗାରୁଜା କରିବା ସହ ଅଶ୍ଳୀଳ ଇଙ୍ଗିତ କରିଥିଲେ।

Sonalisa

Recent Posts

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

13 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

17 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

23 mins ago

ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର, ମେଡିକାଲରେ ଭର୍ତ୍ତି, ଡାକ୍ତର କଲେ ମୃତ ଘୋଷଣା

କେନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର । ଆଜି ୟୁନିଟ ୩ ମସଜିଦ କଲୋନୀ ନିକଟରେ…

26 mins ago

ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…

1 hour ago

ସିକ୍କିମ୍‌ରେ ବର୍ଷା ଓ ଭୂସ୍ଖଳନ ଯୋଗୁ ସ୍ଥିତି ସାଂଘାତିକ, ୨,୦୦୦ ପର୍ଯ୍ୟଟକଙ୍କୁ ଏୟାରଲିଫ୍ଟ କରିବାକୁ ଚାଲିଛି ପ୍ରସ୍ତୁତି

ସିକ୍କିମ୍‌ରେ ବର୍ତ୍ତମାନ ସ୍ଥିତି ସାଂଘାତିକ । ଏଠାରେ କ୍ରମାଗତ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ପରିସ୍ଥିତି ଜଟିଳ ହୋଇପଡ଼ିଛି ।…

1 hour ago