ରସୁଲଗଡ଼ ହତ୍ୟାକାଣ୍ଡ ମାମଲା, ୩ ଜଣଙ୍କୁ ଗିରଫ କଲା ପୋଲିସ
ଭୁବନେଶ୍ବର : ଭୁବନେଶ୍ବର ରସୁଲଗଡ଼ ହତ୍ୟାକାଣ୍ଡ ମାମଲାରେ ୩ ଜଣଙ୍କୁ ଗିରଫ କଲା ପୋଲିସ । କମିସନରେଟ୍ ପୁଲିସର ସ୍ଵତନ୍ତ୍ର ଟିମ୍ ତିନି ମୁଖ୍ୟ ଅଭିଯୁକ୍ତଙ୍କୁ ନୟାଗଡ଼ ଜିଲ୍ଲା ଶରଣକୂଳରୁ ଆଜି ସନ୍ଧ୍ୟାରେ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କେଦାରପଲ୍ଲୀର । ଏମାନେ ପୂର୍ବରୁ ଜେଲ୍ ଯାଇଥିଲେ।
ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା ବୋଲି ଜଣାପଡ଼ିଛି । ବ୍ରାଉନ୍ସୁଗାର ବ୍ୟବସାୟକୁ ନେଇ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଘଟଣା ଘଟିବାର ୧୦ ଘଣ୍ଟା ଭିତରେ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି ।
ଗିରଫ ମହିଳା ଲିପିକା ହତ୍ୟା ଓ ବ୍ରାଉନସୁଗାର କାରବାର ମାମଲାରେ ସଂପୃକ୍ତ ହୋଇ ଜେଲ୍ ଯାଇଥିଲା । ସେ ଗତ ୫ ତାରିଖରେ ଜେଲରୁ ମୁକୁଳିଥିଲା । ପ୍ରତିଶୋଧ ନେବା ପାଇଁ ସ୍ୱାମୀଙ୍କ ସହିତ ମିଶି ବଡ଼ ଷଡ଼ଯନ୍ତ୍ର କରିଥିଲା । ହତ୍ୟା ପରେ ସ୍ୱାମୀ ସହ ଫେରାର ହେବା ସମୟର ଭିଡ଼ିଓ ଭାଇରଲ ହୋଇଥିଲା I