ବଣାଇରେ ଘଟିଲା ଅଘଟଣ,ଅଜଣା ଗାଡି ଧକ୍କାରେ ଚାଲିଗଲା ୩ ଜୀବନ

ବଣାଇ : ଅଜଣା ଗାଡ଼ି ଧକ୍କାରେ ୩ ମୃତ । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଠାରେ ମର୍ମନ୍ତୁଦ ଦୁର୍ଘଟଣା । ଫୁଟବଲ ଖେଳି ୩ଜଣ ବାଇକରେ ଫେରୁଥିବା ବେଳେ ଅଜଣାଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା । ୫୨୦ ନମ୍ବର ଜାତୀୟ ପଥର କୋଇଡା ଥାନା ତୋଡା ବସ୍ତି ବେଞ୍ଜାଢ଼ି ବ୍ରିଜ ନିକଟରେ ଘଟିଛି ଦୁର୍ଘଟଣା । ଘଟଣାସ୍ଥଳରେ ହିଁ ତିନି ଯୁବକଙ୍କ ମୃତ୍ୟୁ ହୋଇଥିଲା ।  ଏହି ସମସ୍ତ ଯୁବକ ତୋଡା ବସ୍ତିର ବୋଲି ସୂଚନା ମିଳିଛି  ।  ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି ।  ୩ ମୃତଦେହକୁ ଉଦ୍ଧାର କରିପୋଷ୍ଟମର୍ଟମ ପାଇଁ ପଠାଇଛି । ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।