କାଉଡିଆ ଅଟୋ ଉପରେ ଚଢିଗଲା ଟ୍ରଲର: ୩ ମୃତ ୩ ଗୁରୁତର
୭ ଜଣ କାଉଡିଆ ପାଟଣା ଶିବ ମନ୍ଦିରରେ ପାଣି ଢାଳି ଫେରୁଥିବା ବେଳେ ୪୯ ନମ୍ବର ଜାତୀୟ ରାଜପଥର ଖୁରେଇ ଟାଙ୍ଗିରି ଟୋଲ ଗେଟ ନିକଟରେ ଏକ ଟ୍ରଲର ଅଟୋକୁ ପଛ ପଟୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା ।

କେନ୍ଦୁଝର(କେନ୍ୟୁଜ୍): ତେଲକୋଇ ସନ୍ଥେଇଭଞ୍ଜ ଅଞ୍ଚଳର ୭ ଜଣ କାଉଡିଆ ପାଟଣା ଶିବ ମନ୍ଦିରରେ ପାଣି ଢାଳି ଫେରୁଥିବା ବେଳେ ୪୯ ନମ୍ବର ଜାତୀୟ ରାଜପଥର ଖୁରେଇ ଟାଙ୍ଗିରି ଟୋଲ ଗେଟ ନିକଟରେ ଏକ ଟ୍ରଲର ଅଟୋକୁ ପଛ ପଟୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମେଡିକଲରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।ଏଥି ସହ ତିନି ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି ।