କ୍ରିକେଟ ଖେଳ ସାଜିଲା କାଳ, ଲିଭିଗଲା ୩ ଜୀବନ

ବାଙ୍ଗିରିପୋଷି: ପାଣିରେ ବୁଡି ଲିଭିଗଲା ତିନି ନାବାଳଙ୍କ ଜୀବନ । ଘଟଣାଟି ଘଟିଛି ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ନିକଟ ସୁବର୍ଣରେଖା କେନାଲ ରେ । ଖବର ଅନୁସାରେ ଅପରାହ୍ଣ ସମୟରେ କେନାଲ କଡରେ କ୍ରିକେଟ ଖେଳୁଥିଲେ ଏହି ତିନି ସାଙ୍ଗ । ବଲ ଟି କେନାଲ ଭିତରେ ପଡି ଯାଇଥିଲା ଏହାପରେ ତିନି ସାଙ୍ଗ କେନାଲ ଭିତରକୁ ବଲ ଆଣିବାକୁ ଯାଇଥିଲେ । ହେଲେ କିଏ ଜାଣିଥିଲା ସେଠାରେ ଛକି ବସିଥିଲା ଯମ । ଗୋଡ ଖସି ଯାଇଥିବାରୁ ସେମାନେ ପାଣିର ସେ୍ତ୍ରାତରେ ଭାଷି ଯାଇଥିଲେ । ସ୍ଥାନୀୟ ଲୋକ ତିନି ଜଣ ସାଙ୍ଗକୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠିକେନ୍ଦ୍ର କୁ ଆଣିଥିଲେ ।
ଏହି ତିନି ସାଙ୍ଗ ଙ୍କ ପରିଚୟ ସାରସକଣା ଗ୍ରାମର ଗଣେଶ୍ୱର ସାହୁଙ୍କ ପୁଅ ମୋଦନ ମୋହନ ସାହୁ,ସନେ୍ତାଷ ସାହୁଙ୍କ ପୁଅ ଶ୍ରୀୟାଂଶୁ ସାହୁ, ଓ ସୁମନ୍ତ ସାହୁଙ୍କ ପୁଅ ସାଇ ଶଙ୍କର ସାହୁ ବୋଲି ଜଣାପଡିଛି । ଡାକ୍ତର ଏମାନଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି । ଖବର ପାଇଁ ଝାର ପୋଖରୀଆ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।