ପରିବହନ ବିଭାଗର ଚଢ଼ାଉ, ତିନୋଟି ଚିପ୍ସ ବୋଝେଇ ହାଇୱା ଜବତ

ଯାଜପୁର : ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଚଢ଼ାଉ । ତିନୋଟି ଚିପ୍ସ ବୋଝେଇ ହାଇୱା ଜବତ। ସୂଚନା ଅନୁଯାଇ ଜାତୀୟ ରାଜପଥରେ ବହୁ ସଂଖ୍ୟାରେ ଓଭରଲୋଡିଂ ଗାଡି ବେଆଇନ ଭାବେ ଚାଲୁ ଥିବା ବେଳେ ଚଣ୍ଡିଖୋଲ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଜାତୀୟ ରାଜପଥରେ ଯାଉଥିବା ଓଭର ଲୋଡ଼ିଂ ଗାଡି ଉପରେ ଚଢ଼ାଉ କରାଯାଇଛି । ଏହି ଚଢ଼ାଉ ସମୟରେ ତିନୋଟି ଚିପ୍ସ ବୋଝେଇ ହାଇୱା ଜବତ କରାଯାଇଛି। ପରିବହନ ବିଭାଗ ପକ୍ଷରୁ ତିନୋଟି ହାଇୱା ଉପରେ ଦୁଇ ଲକ୍ଷରୁ ଉର୍ଦ୍ଧ ଟଙ୍କା ଫାଇନ କରାଯାଇଥିବା ସୂଚନା ମିଳିଛି।