କ୍ବାରେଣ୍ଟାଇନ୍ ସେଣ୍ଟରରୁ ଚମ୍ପଟ ମାରିଥିବା ତିନି କରୋନା ରୋଗୀଙ୍କୁ ଧରିଲା ପୋଲିସ୍

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ମୁଙ୍ଗେଇ କାଳିଦାସ ଏମ ଇ ସ୍କୁଲର କ୍ବାରେଣ୍ଟାଇନ୍ ସେଣ୍ଟରରୁ ତିନି ଜଣ କରୋନା ରୋଗୀ ଚମ୍ପଟ ମାରିଛନ୍ତି। ସେମାନେ ବାଙ୍ଗାଲୋରରୁ ଆସିଥିଲେ। ଏହାପରେ ସେମାଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା । ଯାହାର ରିପୋର୍ଟ ପଜିଟିଭ ଆସିବାରୁ ସେମାଙ୍କୁ କ୍ବାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଥିଲା ।

ସେମାନେ ସେଠାରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଏନେଇ ଜାଣିବା ପରେ ପୋଲିସ ସେମାନଙ୍କୁ ଖୋଜI ଖୋଜି କରିବା ପରେ ସେମାନଙ୍କୁ ଧରିବାରେ ସଫଳ ହୋଇଛି। ସେମାନଙ୍କୁ ଅନ୍ୟ ଏକ ସେଣ୍ଟରରେ ରଖାଯାଇଛି। ତେବେ କିଭଳି ଏହି ଘଟଣା ଘଟିଲା? ସେମାନେ ଯିବାପରେ କାହା ସହିତ ମିଶିଛନ୍ତି କି ନାହିଁ? ତାହା ଏବେ ବ୍ଲକ ପ୍ରଶାସନ ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.