ଗଞ୍ଜାମ: ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ଆକ୍ରମଣ , ତିନି ଗୁରୁତର

ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଓଡ଼ିଆ ଆଲପୁରରେ ଗୋଟିଏ ପରିବାରର ଆକ୍ରମଣରେ ଅନ୍ୟ ପରିବାରର ତିନି ଜଣ ଲହୁଲୁହାଣ ହୋଇଛନ୍ତି । ଗ୍ରାମର ଠାକୁରାଣୀ ମନ୍ଦିର ପଛପଟେ ରହୁଥିବା ରାମ ତରେଇଙ୍କ ଘରେ ବିନୋଦ ତରେଇଙ୍କ ପରିବାର ଲୋକେ ପଶି ଧାରୁଆ ଅସ୍ତ୍ର ଦ୍ୱାରା ଆକ୍ରମଣ କରିଛନ୍ତି।

ganjam2

ଆକ୍ରମଣ ଫଳରେ ରାମ ତରେଇଙ୍କ ମୁଣ୍ଡ, ପୁଅ ଲିଙ୍ଗରାଜ ତରେଇଙ୍କ ବାମ ହାତ ଓ ବାମ ଗୋଡରେ ଗଭୀର ଆଘାତ ଲାଗିବା ସହ ବୋହୂ ଶିବାନୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଗ୍ରାମବାସୀ ଓ ସମ୍ପର୍କୀୟମାନେ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନିକଟସ୍ଥ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନେଇଥିଲେ। ପରେ ଅଧିକ ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି।

ତେବେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ଏହି ଗଣ୍ଡଗୋଳ ହୋଇଥିବାର ଜଣାପଡିଛି। ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏନେଇ ଖଲ୍ଲିକୋଟ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କିରଛି ।

 

Leave A Reply

Your email address will not be published.