ରାଜ୍ୟ

ଭଦ୍ରକ: କ୍ଷେପଣାସ୍ତ୍ର ଭଗ୍ନାଂଶ କାଟିବା ବେଳେ କବାଡି ଦୋକାନରେ ବିସ୍ଫୋରଣ, ୩ ଗୁରୁତର

ଚାନ୍ଦବାଲି(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ଧାମରା ଥାନା ଧାମରା ବଜାରରେ ଥିବା ଏକ କବାଡି ଦୋକାନରେ ବିସ୍ଫୋରଣ ଘଟି ଦୁଇଜଣ ଗୁରୁତର ଆହତ ହୋଇଛନ୍ତି ।ତାଙ୍କୁ ଭଦ୍ରକ ମୁଖ୍ୟ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।ଦୁଇଜଣ ହେଲେ ହରିପଦ ରଣା ଓ ଆଇମାଲ ଅଲ୍ଲୀ ସାହା । ଆଜି ସନ୍ଧ୍ୟା ସମୟରେ ସତ୍ୟବାନ କାମିଦିଆ କବାଡି ଦୋକାନରେ ଗ୍ୟାସ ସାହାଯ୍ୟରେ କିଛି ଜିନିଷ କାଟୁଥିବା ବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା।  ବିସ୍ଫୋରଣରେ କିଛି ଜିନିଷ ବାହାରେ ପଡିବା ସହିତ ଦୋକାନ ଧୂଆଁମୟ ହୋଇଯାଇଥିଲା । ସେଥିରେ କାମ କରୁଥିବା ହରିପଦ ଓ ଆଇମତ ଗୁରୁତର ଆହତ ହୋଇଥିଲେ ହରିପଦ ହୋଡ ଭାଙ୍ଗିଯାଇଥିବା ବେଳେ ଆଇମତଙ୍କର ଦେହ ପୋଡି ଯାଇଥିଲା । ତାଙ୍କୁ ତୁରନ୍ତ ସ୍ଥାନୀୟ ଧାମରା ସରକାରୀ ମେଡିକାଲକୁ ଆଣାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ଭଦ୍ରକ ସ୍ଥାନାନ୍ତରିତ କରାଯାଇଛି ।ଘଟଣା ସ୍ଥଳରେ ଧାମରା ପୋଲିସ ପହଞ୍ଚି  କେଉଁ ପରିସ୍ଥିରେ ଏମିତି ବିସ୍ଫୋରଣ ହେଲା ତଦନ୍ତ କରୁଛି । ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି କି କବାଡି ଦୋକାନରେ କ୍ଷେପଣାସ୍ତ୍ରର କିଛି ଅଂଶକୁ କାଟିବା ବେଳେ ଏଅଘଟଣ ଘଟିଛି।

କ୍ଷେପଣାସ୍ତ୍ର ପରିକ୍ଷଣର କିଛି ଭଗ୍ନାଂଶ ସମୁଦ୍ରରେ ପଡିଥିଲା ତାକୁ କେହି ମାଛ ଧରାଳି ପାଇଁ ତାକୁ କବାଡି ଦୋକାନୀକୁ ବିକ୍ରି କରିଥିଲେ। ତାକୁ ଆଜି ଗ୍ୟାସ କଟରରେ କାଟୁଥିବା ବେଳେ ବିସ୍ଫୋରଣ ହୋଇଛି ।ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ତଦନ୍ତ ପରେ ସଠିକ ତଥ୍ୟ ଜଣାପଡିବ ବୋଲି ଧାମରା ପୋଲିସ ସୂଚନା ଦେଇଛି ।

KNews Bureau

Recent Posts

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

6 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

14 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

30 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

39 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

47 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

1 hour ago