ବାଟ ଗାଁ ରାଉତ ସାହିରେରେ ବାଣ ବିସ୍ପୋରଣ, ୩ ଗୁରୁତର ଆହତ

ପୁରୀ : ପୁରୀ ସଦର ବାଟ ଗାଁ ରାଉତ ସାହିରେରେ ବାଣ ବିସ୍ପୋରଣ । ବାଣ ବିସ୍ପୋରଣରେ ଦୁଇ ନାବାଳକ ସହ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ୩ ଆହତଙ୍କୁ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି । ଗୁରୁତର ଆହତ ହେଲେ ଲିପା ରାଉତ,ବୁଲା ରାଉତ ଓ ସଞ୍ଜୟ ଜେନା । ବୁଲା ନିଜ ଘରେ ବାଣ ବିକୁଥିଲେ । ସଞ୍ଜୟ ବାଣ କିଣିବା ପାଇଁ ଯାଇଥିବା ବେଳେ ତାଙ୍କ ହାତରୁ ଏକ ବାଣ ଥୁଆ ହୋଇଥିବା ଅନ୍ୟ ବାଣ ଉପରେ ପଡିଯାଇଥିଲା । ଫଳରେ ସେଠାରେ ବିସ୍ପୋରଣ ହୋଇଥିଲା । ବୁଲା ଓ ସଞ୍ଜୟଙ୍କ ସହ ସେଠାରେ ଛିଡା ହୋଇଥିବା ଲିପା ରାଉତ ପୋଡିଯାଇଛନ୍ତି । ଲିପା ଓ ବୁଲା ସମ୍ପର୍କରେ ଦିଅର ,ଭାଉଜ ବୋଲି ଜଣାପଡିଛି ।