ହାଇୱାକୁ ଧକ୍କା ଦେଲା ସ୍କର୍ପିଓ, ଚାଲିଗଲା ୩ ଜୀବନ

ବଣାଇ : ବିବାହ ଭୋଜିରୁ ଫେରୁଥିଲେ, ଚାଲିଗଲା ୩ ଜୀବନ । ହାଇୱାକୁ ଧକ୍କା ଦେଲା ସ୍କର୍ପିଓ । ଏକ ବାହାଘର ଭୋଜି ଖାଇ କେନ୍ଦୁଝରରୁ ଫେରୁଥିବା ବେଳେ କୋଇଡ଼ା ଥାନା ରେଙ୍ଗାଲବେଡ଼ା ଛକରେ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ପରିବାରର ଦୁଇ ଶିଶୁ ଓ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଦୁଇ ଗୁରୁତରଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି । ମୃତକଙ୍କ ମଧ୍ୟରେ କୋଇଡାର ପୂର୍ବତନ ସରପଞ୍ଚ ସଂଧ୍ୟା ନାଏକ ଅଛନ୍ତି । ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି ପୋଲିସ ।