ଝାରସୁଗୁଡ଼ାରେ ହାଇୱା ପଛକୁ ପିଟିଲା ବସ୍‌: ୩ ମୃତ, ୧୫ରୁ ଅଧିକ ଆହତ

ଝାରସୁଗୁଡ଼ା(କେନ୍ୟୁଜ୍): ଝାରସୁଗୁଡ଼ା ସରବାହାଲ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱା ପଛକୁ ପିଟିଲା ବସ୍‌ । ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଏବଂ ୧୫ରୁ ଅଧିକ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବସ୍‌ରେ କିଛି ଶ୍ରମିକ ଯାଉଥିବା ଜଣାପଡିଛି । ତେବେ କେମିତି ଦୁର୍ଘଟଣାର ଘଟିଲା ତାର ତଦନ୍ତ ଚାଲିଥିବା କହିଛନ୍ତି ଏସ୍‌ଡିପିଓ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.