ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ,୩ ଅଟକ
ଷ୍ଟିଲ ସିଟିରେ ପୁଣି ଲଜ୍ଜା। ରାଉରକେଲା ବିଶ୍ରା ଥାନା ଅଞ୍ଚଳରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ୩ ଅଟକ। ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଉଦିତନଗର ଥାନା ପୋଲିସ। ଗତ ୧୭ ତାରିଖ ଅପରାହ୍ନରେ ଷ୍ଟେସନ ଅଞ୍ଚଳର ନାବାଳିକା ଜଣକ ବୁଲା ବୁଲି କରୁଥିଲେ। ଏହି ସମୟରେ ଖାଇବାକୁ ଦେବାକୁ କହି ଦୁଇ ଯୁବକ କୌଶଳ କ୍ରମେ ନାବାଳିକାକୁ ନେଇଯାଇଥିଲେ।
୨୦ କିଲୋମିଟର ଦୂର ବିଶ୍ରା ଅଞ୍ଚଳ ଏକ ଝାଟି ମାଟି ଘରେ ରଖି ତିନି ଜଣ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ନେଇ ଉଦିତ ନଗର ଥାନାରେ ଅଭିଯୋଗ ହୋଇଥିଲା । ପରେ ଅଭିଯୁକ୍ତମାନେ ନାବାଳିକାଙ୍କୁ ବିଶ୍ରା ଛକରେ ଛାଡ଼ିଦେବା ସହ ଘଟଣା ପ୍ରଘଟ ନକରିବାକୁ ଧମକ ଦେଇଥିଲେ। ନାବାଳିକା ଜଣେ ପୋଲିସ କର୍ମଚାରୀଙ୍କ ସହାୟତାରେ ଘରେ ପହଞ୍ଚିଥିଲେ । ଥାନାରେ ଅଭିଯୋଗ ପରେ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।