ଝାଡାବାନ୍ତିରେ ୩ ଜଣଙ୍କର ମୃତ୍ୟୁ ଅଭିଯୋଗ, ଗାଁରେ ମେଡିକାଲ ଟିମ

ନବରଙ୍ଗପୁର : ଝାଡାବାନ୍ତିରେ ୩ ଜଣଙ୍କର ମୃତ୍ୟୁ ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦଣ୍ଡସେନାଗୁଡା ଗାଁରେ ବ୍ୟାପିଛି ଡାଇରିଆ। ଝାଡାବାନ୍ତିରେ ୪ ଦିନରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଝାଡା ବାନ୍ତିରୁ ନିସ୍ତାର ପାଇଁ ଲୋକେ ଗୁଣିଗାରେଡି କରୁଥିବା ନଜରକୁ ଆସିଛି । ଏପରି ଲାଗି ରହିଲେ ପରିସ୍ଥିତି ଜଟିଳ ହେବବୋଲି କହିଛନ୍ତି ନବରଙ୍ଗପୁର ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ନବ କିଶୋର ବେହେରା। ଏପଟେ ୩ଜଣଙ୍କ ମୃତ୍ୟୁ ଖବର ପାଇ ମେଡିକାଲ ଟିମ ଗାଁରେ ରହି ଚିକିତ୍ସା ଜାରି ରଖିଛନ୍ତି । ଏହାସହ ବିଭିନ୍ନ ସ୍ଥାନରୁ ପାଣି ପରୀକ୍ଷା ପାଇଁ ପଠାଯାଇଥିବା କହିଛନ୍ତି ଡକ୍ତରୀ ଟିମ୍ । ପାଣି ପରୀକ୍ଷା ରିପୋର୍ଟ ଆସିବା ପରେ ଅଧିକ ଚିକିତ୍ସା କରାଯିବ ବୋଲି କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.