କୁଚିଣ୍ଡା: ଡବଲକଟା ଛକରେ ଟ୍ଯାଙ୍କର-ଟେମ୍ପୁ ମଧ୍ୟରେ ମୁହାଁମୁହିଁ ଧକ୍କା ୩ ମୃତ, ୪ଜଣ ଗୁରୁତର

କୁଚିଣ୍ଡା(କେ ନ୍ୟୁଜ): ସମ୍ବଲପୁର ଜିଲ୍ଲା ଅଧିନସ୍ଥ କୁଚିଣ୍ଡା ୪୯ ନମ୍ବର ଜାତୀୟ ରାଜପଥ ତବଲକଟା ଛକରେ କୁଚିଣ୍ଡା ଆଡୁ ଆସୁଥିବା ଏକ ତେଲ ଟ୍ଯାଙ୍କର ଏବଂ ଭୋଜପୁର ପଟରୁ ଆସୁଥିବା ଯାତ୍ରାବାହୀ ଟେମ୍ପୁ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ତବଲାକଟା ଗ୍ରାମର ସରସ୍ୱତି ସିଂ, ଭୋଜପୁର ଗ୍ରାମର ତନୁଜା ଶର୍ମା ଏବଂ ଟେମ୍ପୁ ଡ୍ରାଇଭର ଅତିଶ ନାଏକ।

ଗୁରୁତର ମାନଙ୍କୁ କୁଚିଣ୍ଡା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଛି । କ୍ଷତିପୂରଣ ଦାବିରେ ଜନସାଧାରଣ ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଘଟଣାସ୍ଥଳକୁ ଜମନକିରା ତହସିଲଦାର ଡକ୍ଟର ସୌମ୍ୟାରୁପା ରଥ ପହଞ୍ଚି ଲୋକ ମାନଙ୍କ ସହିତ ଆଲୋଚନା କରିଛନ୍ତି । ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି।

Leave A Reply

Your email address will not be published.