ରାସ୍ତା କଡ଼ ଶାଳଗଛ ସାଜିଲା କାଳ, ବାଇକ ପିଟି ହୋଇ ଅକାଳରେ ଗଲା ୩ଜଣଙ୍କ ଜୀବନ

କୁଚିଣ୍ଡା(କେନ୍ୟୁଜ୍):  ମର୍ମନ୍ତୁଦ ଦୁର୍ଘଟଣାରେ ୩ ମୃତ। ଗଛରେ ବାଇକ ପିଟି ହେବାରୁ ଅକାଳରେ ଗଲା ୩ଜଣଙ୍କ ଜୀବନ। ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ରବଗାଁ ଠାରେ ଦୁର୍ଘଟଣା।

ରାସ୍ତା କଡ଼ ଶାଳଗଛରେ ବାଇକ ପିଟି ହେବା ଫଳରେ ବାଇକରେ ବସିଥିବା ୩ଜଣଙ୍କ ଜୀବନ ଯାଇଛି। ଖବର ପାଇ ଗଡ଼ପୋଷ ପୋଲିସ ୩ଜଣଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ସମସ୍ତ ମୃତକ ସାଙ୍କବାହାଲ ଗାଁର ବାସିନ୍ଦା ବୋଲି ଜଣାପଡିଛି।