ବୁଡ଼ିଗଲେ ୩ ଜଣ, ରାଉରକେଲା କୋଏଲ ନଦୀରେ ୨ ଜଣ ଓ କେନ୍ଦ୍ରାପଡା ପୋଖରୀରେ ଜଣେ ବୁଡି ମୃତ

ରାଉରକେଲା/ କେନ୍ଦ୍ରାପଡ଼ା : ରାଉରକେଲା ଓ କେନ୍ଦ୍ରାପଡାର ଭିନ୍ନ ଭିନ୍ନ ସ୍ଥାନରେ ବୁଡି ଯାଇ ୩ ଜଣଙ୍କର ମୃତ୍ୟୁ ଘଟିଛି । ରାଉରକେଲାର ବିଶ୍ରା ଥାନା ଅନ୍ତର୍ଗତ ଗିରପାଣି ଗାଁ ନିକଟ କୋଏଲ ନଦୀ ରେ ଗାଧୋଇବାକୁ ଯାଇ ବୁଡିଗଲେ ଦୁଇ ଯୁବକ। ରାଉରକେଲାର ସେକ୍ଟର ଅଞଳର ଚାରି ଜଣ ଯୁବକ ଗାଧୋଇବାକୁ ଯାଇ ବୁଡିଯାଇଥିବା ବେଳେ ବିଶ୍ରା ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ବାସିନ୍ଦାମାନେ ବୁଡିଯାଇଥିବା ଦୁଇ ଜଣଙ୍କୁ ଉଦ୍ଧାର କରିବା ପରେ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ ।
ଦୁଇଜଣଙ୍କ ମୃତ୍ୟ ହୋଇଥିବା ଡ଼ାକ୍ତର ଘୋଷଣା କରିଛନ୍ତି । ଉଭୟ ସେକ୍ଟର -୮ ଅଞଳର ଦେବେନ୍ଦ୍ର ବାରିକ୍ ଓ ସେକ୍ଟର -୧୭ ଅଞଳର ପ୍ରଦୀପ ତରାଇ ବୋଲି ସୂଚନା ମିଳିଛି। ଉଭୟଙ୍କ ବୟସ ପ୍ରାୟ କୋଡିଏ ବର୍ଷ ହେବ ବୋଲି ସୂଚନା ମିଳିଥିବା ବେଳେ ସେମାନଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି ।
ସେହିପରି ଅନ୍ୟ ଏକ ଦୁର୍ଘଟଣା ଘଟିଛି କେନ୍ଦ୍ରାପଡ଼ାରେ । କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ହଜାରିବଗିଚା ଗାଁରେ ପୋଖରୀରେ ବୁଡି ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ବଣ୍ଟୁ ରାଉତ (27) । ପୋଖରୀରେ ଗାଧୋଉଥିବା ବେଳେ ସେ ବୁଡି ଯାଇ ପ୍ରାଣ ହରାଇଛନ୍ତି ।