Categories: ରାଜ୍ୟ

ପୁଣି ନକଲି ସାମ୍ୱାଦିକ ଗିରଫ, ଡୁପ୍ଲିକେଟ୍ ପରିଚୟ ପତ୍ର, ଲୋଗୋ ଓ ଭିଡିଓ କ୍ୟାମେରା ଜବତ

ବ୍ରହ୍ମପୁର(କେନ୍ୟୁଜ୍): ପୁଣି ବ୍ରହ୍ମପୁରରେ ପୋଲିସ ଦ୍ୱାରା ନକଲି ସାମ୍ୱାଦିକ ଗିରଫ । ସହର ଉପକଣ୍ଠ ବାଲିପଡ଼ା ଗାଁରେ ଥିବା ସରସ୍ୱତୀ ବିଦ୍ୟାମନ୍ଦିର ପରିସରକୁ ତିନି ଜଣ ଯୁବକ ଯାଉ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିଜକୁ ଏକ ଘରୋଇ ଟିଭି ଚ୍ୟାନେଲର ସାମ୍ୱାଦିକ ପରିଚୟ ଦେଇଥିଲେ । ପରେ କ୍ୟାମେରାରେ ଛାତ୍ର ଛାତ୍ରୀ ମାନେ ଆସୁଥିବା ଅଟୋର ଭିଡିଓ ଉତ୍ତୋଳନ କରିବା ସହ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଭୟଭୀତ କରିଥିଲେ । ପରେ ଉପସ୍ଥିତ ଥିବା ଶିକ୍ଷୟତ୍ରୀ ମାନେ ସ୍ଥାନୀୟ ଲୋକଙ୍କ ସାହାର୍ଯ୍ୟ ନେଇ ଏ ସମ୍ପର୍କରେ ପୋଲିସକୁ ଜଣାଇଥିଲେ । ପରେ ଗାଁ ଲୋକେ ଓ ବିଦ୍ୟାଳୟର ପୂର୍ବତନ ସମ୍ପାଦକ ବିଦ୍ୟାଳୟକୁ ଯାଇ ସଂପୃକ୍ତ ନକଲି ସାମ୍ୱାଦିକଙ୍କ ସହ ଆଲୋଚନା କରିଥିଲେ । ଏଥିରେ ସନ୍ଦେହ ଆସିବାରୁ ତାଙ୍କୁ ପରିଚୟ ପତ୍ର ଆଦି ଦେଖାଇବାକୁ କହିଥିଲେ । ପରେ ନକଲି ସାମ୍ୱାଦିକ ମାନେ ସଠିକ ଉତ୍ତର ଦେଇନଥିବା ବେଳେ ସେମାନଙ୍କ ହାବଭାବ ଦେଖି ବିଦ୍ୟାଳୟ ପରିସରରେ ଅଟକ ରଖିବା ସହ ପୋଲିସକୁ ଖବର ଦେଇଥିଲେ । ସଦର ଥାନା ପୋଲିସ ବିଦ୍ୟାଳୟରେ ପହଞ୍ଚି ତିନି ଜଣ ନକଲି ସାମ୍ୱାଦିକ ଓ ତାଙ୍କ ସହଯୋଗୀ ଡ୍ରାଇଭରକୁ ଥାନାକୁ ଆଣି ଅଧିକା ତଦନ୍ତ କରିବା ସହ ପଚରାଉଚୁରା କରିବା ପରେ ନକଲି ପରିଚୟ ପତ୍ର, ନକଲି ବୁମ ତିଆରି କରିଥିବା ସ୍ୱିକାର କରିଥିଲେ ।

 

ପୋଲିସ ଅଟକ ରଖିଥିବା ନକଲି ସମ୍ୱାଦିକ ମାନେ ହେଲେ ବ୍ରହ୍ମପୁର ସହରର ତପନ ପଟ୍ଟନାୟକ, ଦିପକ ବ୍ୟାଡତିଆ, ସୁନିଲ ପଢିଆରୀ ଓ ଡ୍ରାଇଭର ଊ.ନାଗେଶ୍ୱର ରାଓ । ଏମାନଙ୍କଠାରୁ ଏକ ଘରୋଇ ଟିଭି ଚ୍ୟାନେଲରେ ଅବିକଳ ନକଲି ପରିଚୟ ପତ୍ର, ଲୋଗୋ ସହ ବୁମ୍ ମାଇକ , ଭିଡିଓ କ୍ୟାମେରା ଓ ବ୍ୟବହୃତ କାରକୁ ଜବତ କରିଛି ପୋଲିସ । ତେବେ କେବେଠାରୁ ଏମାନେ ନକଲି ସାମ୍ୱାଦିକ ପରିଚୟ ଦେଇ ସହରର ବୁଲୁଥିଲେ ଏବଂ କେଉଁ ମାନଙ୍କୁ ଏମାନେ ଟାର୍ଗେଟ୍ କରିଛନ୍ତି ସେନେଇ ପୋଲିସ ଅଧିକା ତଦନ୍ତ ଜାରୀ ରଖିଥିବା ବେଳେ ଧରାପଡିଥିବା ତିନି ଜଣ ନକଲି ସାମ୍ୱାଦିକ ଓ ତାଙ୍କର ଜଣେ ସହଯୋଗୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସୁଚନାଯୋଗ୍ୟ ଯେ କେବଳ ବ୍ରହ୍ମପୁର ନୁହେଁ ବରଂ ଗଞ୍ଜମ ଜିଲ୍ଲାର ମାଳ ମାଳ ନକଲି ସାମ୍ୱାଦିକ ବୁଲୁଥିବା ଓ ବିଭିନ୍ନ ବେସରାକରୀ ସଂସ୍ଥା ଓ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ଭୟଭିତ କରି ନିଜର ସ୍ୱାର୍ଥ ହାସଲ କରୁଥିବା ଅଭିଯୋଗ ହୋଇଆସୁଛି । ଆଜିରେ ଏହି ଘଟଣା ପଦାକୁ ଆସିବା ପରେ ଅନେକ ଏଭଳି ନକଲି ସାମ୍ୱାଦିକ ଜିଲ୍ଲାରେ ଅନ୍ୟାୟସରେ ବୁଲୁଥିବା ସ୍ପଷ୍ଟ ହୋଇଛି । ଏଥିପୂର୍ବରୁ ଗତ ଏକ ମାସ ତଳେ ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନା ପୋଲିସକୁ ସାମ୍ୱାଦିକ ପରିଚୟ ଦେଇ ଧମକ ଚମକ ଦେବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଜଣେ ନକଲି ସାମ୍ୱାଦିକକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

KNews Bureau

Recent Posts

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିନ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

4 mins ago

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

23 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

26 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

33 mins ago

ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର, ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର

କେନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର । ଆଜି ୟୁନିଟ ୩ ମସଜିଦ କଲୋନୀ ନିକଟରେ…

35 mins ago

ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…

1 hour ago