ଘଟଗାଁ : ଦୁଇଦିନ ହେବ ଲଗାଣ ବର୍ଷା କାରଣରୁ ଆଜି କେନ୍ଦୁଝର ଜିଲ୍ଲା ହରିଚନ୍ଦପୁର ମୁଷଳ ନଦୀ ପୋଲ ଉପରେ ୩ଫୁଟର ପାଣି ଚାଲୁଛି। ଏଥିପାଇଁ ଘଟଗାଁ –ହରିଚନ୍ଦନ ଯୋଗାଯୋଗ ବିଛିନ୍ନ ହୋଇଛି। ଯାତ୍ରୀ ମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ୁଛି। ଫଳରେ ଘଟଗାଁ ଯିବା ପାଇଁ ଯାତ୍ରୀମାନେ ୧୦ କିମି ଦୂର ବୁଲିକି ଯିବାକୁ ପଡ଼ୁଛି। ପୋଲ ଉପରେ ପାଣି ଚାଲୁଥିବାରୁ ପ୍ରଶାସନ ପକ୍ଷରୁ ପୋଲ ପୂର୍ବରୁ ରାସ୍ତା ଅବରୋଧ କରାଯାଇଥିଲେ ମଧ୍ୟ ଏହାକୁ ଅମାନ୍ୟ କରି କିଛି ବାଇକ୍ ଆରୋହି ବିପଦପୂର୍ଣ୍ଣ ଭାବେ ପୋଲ ଉପରେ ଯାଉଥିବା ଦେଖିବାକୁ ମିଳିଛି।