ଗାଧୋଇବାବେଳେ ଭାସିଗଲେ ୩ ସାଙ୍ଗ,୨ ଜଣଙ୍କ ମିଳିଲା ମୃତଦେହ

ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ମାଛଗାଁ ଦେବୀ ନଦୀରେ ଏହି ଅଘଟଣ ଘଟିଛି । ଆଜି ସକାଳେ ୪ଜଣ ସାଙ୍ଗ ନଦୀକୁ ଗାଧୋଇବାକୁ ଯାଇଥିଲେ ।ଗାଧୋଉଥିବାବେଳେ ୩ଜଣ ସାଙ୍ଗ ଭାସିଯାଇଥିଲେ । ଅଗ୍ନିଶମବାହିନୀ ୨ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି

ଜଗତସିଂହପୁର(କେନ୍ୟୁଜ୍): ଗାଧୋଇବା ବେଳେ ଅଘଟଣ । ଦେବୀ ନଦୀରେ ଗାଧୋଇବାବେଳେ ଭାସିଗଲେ ୩ ସାଙ୍ଗ । ୨ ଜଣଙ୍କ ମୃତଦେହ ମିଳିଥିବାବେଳେ ଅନ୍ୟ ଜଣେ ଏବେବି ନିଖୋଜ ଅଛନ୍ତି । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ମାଛଗାଁ ଦେବୀ ନଦୀରେ ଏହି ଅଘଟଣ ଘଟିଛି । ଆଜି ସକାଳେ ୪ଜଣ ସାଙ୍ଗ ନଦୀକୁ ଗାଧୋଇବାକୁ ଯାଇଥିଲେ ।

ଗାଧୋଉଥିବାବେଳେ ୩ଜଣ ସାଙ୍ଗ ଭାସିଯାଇଥିଲେ । ଅଗ୍ନିଶମବାହିନୀ ୨ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ଏବେବି ଅନ୍ୟ ଜଣେ ନିଖୋଜ ଅଛନ୍ତି । ଆମ୍ବଶାଳ ବାଲୁକୁଦା ଅଞ୍ଚଳର ଜଣେ ଛାତ୍ରଙ୍କ ଘରକୁ ଭୁବନେଶ୍ୱରର ୩ଜଣ ସାଙ୍ଗ ବୁଲିବାକୁ ଆସିଥିଲେ । ଅସାବଧାନତା କାରଣରୁ ୩ଜଣ ଭାସିଯାଇଥିଲେ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.