ବନ୍ଧୁତାରେ ଦେଲେ ବିଷ: ଉତ୍ତ୍ୟକ୍ତ ହୋଇ ଜଣେ ସାଙ୍ଗକୁ ମାରିଲେ ୩ ସାଙ୍ଗ

friendବୌଦ୍ଧ: ମନୁଷ୍ୟ ଜୀବନରେ ବନ୍ଧୁତାର ଏକ ଭିନ୍ନ ସ୍ଥାନ ରହିଛି। କିନ୍ତୁ ବର୍ତ୍ତମାନ ଯୁଗରେ ଏଥିରେ ମଧ୍ୟ ବିଶ୍ବାସଘାତକତା କରିବାକୁ ପଛାଉ ନାହାନ୍ତି ଲୋକ। ନିକଟରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ମଳିକପଡ଼ାରେ ହତ୍ୟାକାଣ୍ଡ ଗତକାଲି ରାତିରେ ୪ ଜଣ ସାଙ୍ଗ ଏକାଠି ମିଶି ଭୋଜି କରିଥିଲେ।

sangaଏହି ସମୟରେ ଏମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଉତ୍ତ୍ୟକ୍ତ ହୋଇ ତିନି ଜଣ ମିଶି ଟାଙ୍ଗିଆରେ ଜଣଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ସୌମିତ୍ରୀ ସାହୁ ନାମକ ଯୁବକର ମୃତ୍ୟୁ ହୋଇଛି। ପୋଲିସ ଅନ୍ୟ ତିନି ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.