ପାରାଦୀପରେ ୩ ଘାନା ନାଗରିକ ଅଟକ, CISF ହେପାଜତରେ ଅଟକ

ପାରାଦୀପ: ପାରାଦୀପରେ ୩ ଘାନା ନାଗରିକ ଅଟକ । ପାରାଦୀପ – CISF ହେପାଜତରେ ୩ ଘାନା ନାଗରିକ । ଏକ ଜାହାଜରେ ଲୁଚି ପଳାଇ ଆସିଥିଲେ ୩ ଜଣ। ପାରାଦୀପ ପୋର୍ଟରେ ଜାହାଜ ଲାଗିବା ପରେ ଧରାପଡ଼ିଲେ । ପୋର୍ଟର ନିଷିଦ୍ଧାଞ୍ଚଳରୁ ଏମାନଙ୍କୁ ହେପାଜତକୁ ନେଇଛି ସିଆଇଏସଏଫ । MV ଗ୍ରେଟ୍ ସେଙ୍ଗ ୱେନ ଜାହାଜରେ ୩ ଘାନା ନାଗରିକ ଆସିଥିଲେ ।  ହଂକଂର ଏହି ଜାହାଜକୁ ଏମାନେ କେମିତି ଆସିଲେ ସେ ନେଇ ସ୍ପଷ୍ଟ ହୋଇ ନାହିଁ ।

ଏହି ଜାହାଜାରେ ୨୦ ଜଣ କ୍ରିୟୁ ସଦସ୍ୟ ଥିବା ବେଳେ ଏମାନେ ଘାନାର ନାଗରିକ ବୋଲି ଚିହ୍ନଟ ହୋଇଛନ୍ତି ।  ଏମାନଙ୍କ ଉଦ୍ଦେଶ୍ୟ କଣ ଥିଲା । କେଉଁ ଦେଶକୁ ଯାଇଥାନ୍ତେ, କେଉଁ ପୋର୍ଟରୁ ଜାହାଜ ଭିତରକୁ କିଭଳି ଭାବରେ ପ୍ରବେଶ କଲେ ତାକୁ ନେଇ ତଦନ୍ତ ଆରମ୍ଭ ହୋଇଛି ।  ଇମିଗ୍ରେସନ ପକ୍ଷରୁ ଜାହାଜକୁ ନୋଟିସ ଜାରି ହୋଇଛି ।  ଭାରତର କୌଣସି ପୋର୍ଟରେ ଏହି ଘାନା ନାଗରିକଙ୍କୁ ନଓହ୍ଲାଇବା ପାଇଁ କୁହାଯାଇଛି ।

You might also like