ମାହାଙ୍ଗା ଡବଲ ମର୍ଡର ଘଟଣାରେ ୪ ଅଭିଯୁକ୍ତ ଅଟକ, ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ାଉ ଜାରି

ମାହାଙ୍ଗା(କେ ନ୍ୟୁଜ): ମାହାଙ୍ଗା ଡବଲ ମର୍ଡର ଘଟଣାରେ ୪ ଅଭିଯୁକ୍ତ ଅଟକ । ଗ୍ରାମାଞ୍ଚଳ ପୋଲିସ ଦ୍ୱାରା ଅଭିଯୁକ୍ତ ଅଟକ । ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚଢଉ ଜାରି ରହିଛି । ସୂଚନା ଦେଉଛୁକି ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା । ରାଜନୈତିକ କାରଣରୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ଏନେଇ ମାହାଙ୍ଗା ଥାନାରେ ୧୨ ଜଣଙ୍କ ନାଁରେ ଏତଲା ଦେଇଛନ୍ତି କୁଳମଣିଙ୍କ ପୁଅ । ଅପରାଧିଙ୍କୁ ଧରିବା ପାଇଁ ଗଠନ ହୋଇଛି ପାଞ୍ଚଟି ସ୍ୱତନ୍ତ୍ର ଟିମ୍‌ । ଘଟଣା ସଂପର୍କରେ କେନ୍ଦ୍ରାଞ୍ଚଳ ଡିଆଇଜି କିମ୍ବା କଟକ ଏସ୍‌ପି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେବେ ବୋଲି ଜଣାପଡ଼ିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.