କୋକିଶିଆଳ ଆକ୍ରମଣରେ ୩ ଗୁରୁତର

ସୋରୋ : କୋକିଶିଆଳ ଆକ୍ରମଣରେ ୩ ଗୁରୁତର । ଗଛ ପଡି ରାସ୍ତା ଅବରୋଧ ଥିବାରୁ ୩ ଘଣ୍ଟା ପରେ ମେଡିକାଲକୁ ବାଇକରେ ନେଲେ ଅଂଚଳବାସୀ  l ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ମିରିପୁର ଖଇରା ଗାଁରେ ୮୦ ବର୍ଷ ବୃଦ୍ଧା ଗୋଦାବରୀ ପଣ୍ଡା ଘର ବାଡିକୁ ଯାଇଥିବା ବେଳେ କୋକିଶିଆଳ ଆକ୍ରମଣ କରିଥିଲା  l ଗୁରୁତର ଅବସ୍ଥାରେ ଥିବା ବେଳେ ରାସ୍ତାରେ ଗଛ ଥିବାରୁ ୩ ଘଣ୍ଟା ପରେ ବାଇକରେ ମେଡିକାଲ ନେଲେ ଅଂଚଳବାସୀ  l ସେହିପରି ଉକ୍ତ ଗ୍ରାମର ମହେନ୍ଦ୍ର ବାରିକ ଓ ମଣ୍ଟୁ ବାରିକ ମଧ୍ୟ କୋକିଶିଆଲ ଆକ୍ରମଣ ଶିକାର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି  l

You might also like