ନରାଜ ଠାରେ ସିରିଜ ଦୁର୍ଘଟଣା, ତିନି ଆହତ

ନରାଜ ଠାରେ ସିରିଜ ଦୁର୍ଘଟଣା । ଦୁଇ ବାଇକ ଓ ଏକ ସାଇକେଲକୁ ଧକ୍କା ଦେଲା କାର । ତିନି ଜଣ ଆହତ ହୋଇଛନ୍ତି । ଜଣଙ୍କର ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି । କାର ଭିତରେ ଏକାଧିକ ମଦ ଭର୍ତ୍ତି ବୋତଲ ରହିଥିବା ଦେଖାଯାଇଛି । କାର ଭିତରେ ତିନି ଜଣ ଲୋକ ଥିଲେ ବୋଲି ଜଣାପଡିଛି । କାରଟି ଦ୍ରୁତଗତିରେ ଯାଉଥିଲା । ଜଣେ ପୋଲିସ କର୍ମଚାରୀଙ୍କ ପରିଚୟପତ୍ର ମିଳିଛି । ତାହା ଓଡ଼ିଶା ଷ୍ଟେଟ ଆର୍ମ୍ ଫୋର୍ସରେ କାର୍ଯ୍ୟରତ କର୍ମଚାରୀଙ୍କ ପରିଚୟପତ୍ର ବୋଲି ଜଣାପଡିଛି । କାର ଚାଳକଙ୍କ ସମେତ ମୋଟ ୩ ଜଣଙ୍କୁ ଥାନାରେ ଅଟକ ରଖାଯାଇଛି । ତଦନ୍ତ କରୁଛି ଫେଜ ଟୁ ଥାନା ପୋଲିସ । ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିବା ନେଇ ସ୍ଥାନୀୟ ବାସିନ୍ଦା ତଥା ଦେଖଣାହାରୀ ଅଭିଯୋଗ କରିଛନ୍ତି ।