ଖୋର୍ଦ୍ଧା: ଗୋଡିପଡା ଟୋଲଗେଟ ନିକଟରେ ଘଟିଯାଇଛି ଏକ ଦୁର୍ଘଟଣା । ଜଟଣୀ ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନର 11 ଜଣ ଛାତ୍ରଛାତ୍ରୀ ଦୁଇଟି କାରରେ ଚିଲିକା ଯାଉଥିବା ସମୟରେ ଟୋଲଗେଟ ନିକଟରେ ରହି ରିଚାର୍ଜ କରୁଥିଲେ । ସେହି ସମୟରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଆଇଚର ଧକା ଦେଇଥିଲା ।
ଜଣେ ଛାତ୍ରୀଙ୍କ ସମେତ ତିନିଜଣ ଗୁରୁତର ଆହତ ହୋଇ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ଆଉ ଅନ୍ୟ ଛାତ୍ରଛାତ୍ରୀମାନେ ସାମାନ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଜଙ୍କିଆ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।