ଗାଁରେ ମାତିଛି ଅଜଣା ଜୀବ: ଗୋଡ଼ାଇ ଗୋଡ଼ାଇ କାମୁଡୁଛି, ୩ ଗୁରୁତର

ଆନନ୍ଦପୁର : ଗାଁରେ ମାତିଛି ଅଜଣା ଜୀବ । ଆକ୍ରମଣରେ ୩ ଗୁରୁତର ହୋଇଛନ୍ତି । ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ନୂଆଗାଁରେ ଅଜଣା ଜୀବ ଆତଙ୍କ ଦେଖା ଦେଇଛି । ଜୀବ ଆକ୍ରମଣରେ ୩ ଜଣ ଗୁରୁତର ହୋଇ ଆନନ୍ଦପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ହେଲେ ବନମାଳୀ ମହାନ୍ତି, ତାଙ୍କ ପୁଅ ବିରଞ୍ଚି, ଏବଂ ସାଇଁକୁଳ ଗାଁର ଗୟାଧର ପ୍ରଧାନ। ବନ ବିଭାଗ ଜୀବଟିକୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି ।

ସୂଚନା ଅନୁସାରେ ଗାଁର ବନମାଳୀ ମହାନ୍ତି ଶୌଚ ହେବାକୁ ଯାଉଥିବା ସମୟରେ ତାଙ୍କୁ ଏହି ଅଜଣା ଜୀବଟି ଆକ୍ରମଣ କରି ଗୋଡ଼କୁ କାମୁଡି ପୁଳା ପୁଳା ମାଂସ ନେଇଯାଇଛି । ସେହିଭଳି ତାଙ୍କ ପୁଅ ବିରଞ୍ଚିଙ୍କୁ ମଧ୍ୟ କାମୁଡି ଥିଲା । ଏହା ସହିତ ସାଇଁକୁଳ ଗାଁର ଗୟାଧର ପ୍ରଧାନ କାଜୁ ବାଡ଼ି ଜଗିଥିବା ସମୟରେ ତାଙ୍କୁ ମଧ୍ୟ ଗୋଡ଼ାଇ ଗୋଡ଼ାଇ କାମୁଡି ଥିଲା । ତେବେ ୩ ଜଣ ଯାକ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।  ଅନ୍ୟପଟେ ବନ ବିଭାଗ ଉକ୍ତ ଜୀବକୁ ଜାଲ ପକାଇ କାବୁ କରିବା ପରେ ଅଧିକ ତଦନ୍ତ ଜାରି ରଖିଛି ।

 

ଆହୁରି ପଢ଼ନ୍ତୁ :  ପୁଣି ଦାଦନ ଦୁଃଖ, ହାଇଦ୍ରାବାଦରେ ଦାଦନ ଶ୍ରମିକଙ୍କୁ ଦିଆଯାଇଛି ନିର୍ଯାତନା